ବାଇକ୍ ଲୁଟ କରିଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ ସହ ପାଞ୍ଚଟି ବାଇକ ଜବତ

0
239

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର,ପାଟଣାଗଡ଼,ତା(୩୧/୦୭) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରମାଇଁ ହାଇସ୍କୁଲ ନିକଟରୁ ହୋଇଥିବା ବାଇକ୍ ଲୁଟ୍‌ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ପାଟଣାଗଡ଼ ବଡ଼ପଡ଼ାର ଦୀନେଶ ନାଗ(୨୫) ଓ ନିକଟସ୍ଥ କୁତୁମୁଣ୍ଡା ଗାଁର ପୁରନ୍ଦର କୁମ୍ଭାର(୨୦) ।

ଗତ ୨୬ ତାରିଖ ରାତି ପ୍ରାୟ ୧ଟାରେ ସ୍ଥାନୀୟ ଜେଲ୍‌ ଲାଇନ ପଡ଼ାର ଅବିଦ୍ ମହମ୍ମଦ ବାଇକ୍‌ରେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ରମାଇଁ ହାଇସ୍କୁଲ ନିକଟରେ ଦୀନେଶ ଓ ପୁରନ୍ଦର ତାଙ୍କୁ ଅଟକାଇ ତାଙ୍କ ବାଇକ୍ (ଓଆର୍‌ ୧୭ ସି ୬୮୦୫)କୁ ଲୁଟି ନେଇଥିଲେ ।

ଏ ସମ୍ପର୍କରେ ଅବିଦ୍ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାର ତଦନ୍ତ କରି ଦୀନେଶ ଓ ପୁରନ୍ଦରଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଆଉ ୩ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି ବୋଲି ଥାନାଧିକାରୀ ଅନନ୍ତ ପଧାନ କହିଛନ୍ତି ।

ସେହିପରି ଏହି ବାଇକ ଲୁଟେରା ମାନେ ପୁରୁଣା ଗାଡି ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ଜରିଆରେ ଏହି ଲୁଟ ଚଳାଉ ଥିବା ବେଳେ ଅଧିକ ତଦନ୍ତ କରିବା ପାଇଁ ଦାବି ହେଉଛି ।