ଦାମୀ କାର ଭିତରୁ ୨ଟି ବସ୍ତାରେ ଦୁଇ କ୍ୱିଣ୍ଟାଲ ଗଂଜେଇ ଜବତ : ମାଫିଆ ଫେରାର

0
140
ଦାମୀ କାର ଭିତରୁ

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, (୧୮/୦୩) : ପୁଣି ଲମତାପୁଟ ପୋଲିସକୁ ବଡ ସଫଳତା । ଗୋଟିଏ ପଟେ ଲଗାତାର ଅପ୍ରେଶନ ଗ୍ରୀନ କ୍ଲିନ୍ ଚାଲିଥିବା ବେଳେ ଗଛିତ ରଖିଥିବା ଗଞ୍ଜେଇ ଉପରେ ଚଡାଉ କରୁଛି ପୋଲିସ । ଦାମୀ କାର ଭିତରୁ ୨ଟି ବସ୍ତାରେ ଦୁଇ କ୍ୱିଣ୍ଟାଲ ଗଂଜେଇ ଜବତ । d575b3f1 70f8 4b85 8371 3687b0c6d462 ଦାମୀ କାର ଭିତରୁ ୨ଟି ବସ୍ତାରେ ଦୁଇ କ୍ୱିଣ୍ଟାଲ ଗଂଜେଇ ଜବତ : ମାଫିଆ ଫେରାର

ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵ ରେ ଲମତାପୁଟ ପୋଲିସ ଲମତାପୁଟ ସହର ରୁ ମାତ୍ର ୩କିଲୋମିଟର ଦୂର କାଡ଼ାମ ଗ୍ରାମ ଛକ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇ ଚଡାଉ କରିଥିଲା । ପୋଲିସ ଆସିବା ଦେଖି ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରୁ ଏକ ଦାମୀ କାର ଭିତରୁ ୨ଟି ବସ୍ତା ଏବଂ ଗାଡ଼ିରେ ରଖିବା ପାଇଁ ୭ବସ୍ତା ଗଞ୍ଜେଇ ବାହାରେ ରଖା ହୋଇଥିଲା । କାର ସହ ୯ଟି ବସ୍ତା ଗଞ୍ଜେଇ ଜବତ କରିଥିଲା ଲମତାପୁଟ ପୋଲିସ । ଘଟଣା ସ୍ଥଳରେ ପ୍ରାୟ ୨କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଗଞ୍ଜେଇ ଉତ୍ତରପ୍ରଦେଶ କୁ ଚୋରା ଚାଲାଣ କରିବା କୁ ପ୍ରସ୍ତୁତ ହେଇଥିବା ପୋଲିସ ସୂଚନା ଦେଇଛି ।

ଗାଡି ନମ୍ବର ଅନୁଯାଇ ମାଲିକ ନାମରେ ମାମଲା ରୁଜୁ କରିଛି ପୋଲିସ । ଚଳିତ ବର୍ଷ ପୋଲିସ ପାଇଁ ବଡ଼ ସଫଳତା । ପ୍ରାୟ ୮ ସହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳ ହୋଇ ଥିବା ବେଳେ ଗଞ୍ଜେଇ ଗଛିତ ଥିବା ବିଭିନ୍ନ ଜାଗାରେ ମଧ୍ୟ ଚଡାଉ ଜାରି ରହିଛି । ପୋଲିସ ର କଡ଼ା କାର୍ଯ୍ୟାନୁଷ୍ଠାନ ଦ୍ଵାରା ଗଞ୍ଜେଇ ଚୋରା ଚାଲଣ ରେ କିଛି ପରିମାଣ ରେ ଅଙ୍କୁଶ ଲାଗିଥିବା ଦେଖିବାକୁ ମିଳିଛି ।