ଖାଉଟି ବିବାଦ ଓ ସମାଧାନ ଅୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତି ହେଲେ ଜ୍ୟୋସ୍ନାରାଣୀ ମିଶ୍ର

0
289
ଖାଉଟି ବିବାଦ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗିର, ତା(୨୧/୦୩) : ଆୟୋଗ ବଲାଙ୍ଗିର ଜିଲ୍ଲା ଖାଉଟି ବିବାଦ ଓ ସମାଧାନ ଆୟୋଗ ସଭ୍ୟା ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କ ନ୍ୟାୟାଳୟ ପକ୍ଷରୁ ଶ୍ରୀମତୀ ଜ୍ୟୋସ୍ନାରାଣୀ ମିଶ୍ର ପଦବୀ ରେ ଚୟନ ହୋଇଛନ୍ତି ।

ଖାଉଟି ବିବାଦ ଓ ସମାଧାନ ଅୟୋଗ (Member of Dist. Consumer Dispute & Redressal Commission.CDR) ଏହି ପଦବୀ ପାଇଁ ଓଡିଶା ସରକାର ଙ୍କ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିଯୁକ୍ତ ହୋଇଛନ୍ତି l

ଉପରୋକ୍ତ ସଭ୍ୟ, ସଭ୍ୟା ମାନଙ୍କ ମଧ୍ୟରୁ ସର୍ବ ଓଡିଶା ସ୍ତରରେ ସର୍ବମୋଟ ୪୬ ଗୋଟି ପୋଷ୍ଟ ପାଇଁ ୩୦ ଜିଲ୍ଲା ମଧ୍ୟରେ ପ୍ରାୟତଃ ୧୩୦୦ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସର୍ବମୋଟ ୧୮ ଜଣ ଲିଖିତ ଓ ଭାବକ୍ତି ବିନିମୟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ  ଏବଂ ଏଥିରୁ ବଲାଙ୍ଗିର ଜିଲ୍ଲା ପାଇଁ ଶ୍ରୀମତୀ ଜ୍ୟୋସ୍ନା ରାଣୀ ମିଶ୍ର (ପେଲେସ ଲାଇନ-ବଲାଙ୍ଗିର) ଓ ବଲାଙ୍ଗୀର ର ଆଇନଜୀବୀ ରବୀନ୍ଦ୍ର ତ୍ରୀପାଠି ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ କାର୍ଯ୍ୟାଳୟ ମଧ୍ୟରେ ନିଯୁକ୍ତି ରେ ଯୋଗଦାନ କରିଛନ୍ତି l

ଉପରୋକ୍ତ ଆୟୋଗ ମାଧ୍ୟମ ରେ ଜିଲ୍ଲାର ବିଭିନ୍ନ ବର୍ଗ ଉପଭୋକ୍ତା ନିୟମାନୁଯାୟୀ ଯାହା ସରକାର ଙ୍କ ଅଧିନସ୍ତ ତାହା ଉପରେ ବିବାଦ ଥିବା ବିଚାର ଓ ତଦନ୍ତ ପ୍ରକ୍ରିୟା ମାଧ୍ୟମରେ ନିଜକୁ ନିୟୋଜିତ କରି ସଠିକ ବିବରଣୀ ଉପସ୍ଥାପନ କରାଇବେ l ଏହା ଓଡିଶା ସରକାର ଙ୍କ ଉଚ୍ଚ ନ୍ୟାୟାଳୟ ର ନ୍ୟାୟଧୀଶଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଉଭୟ ଶ୍ରୀମତୀ ଜ୍ୟୋସ୍ନା ରାଣୀ ମିଶ୍ର ଓ ଆଇନ ଜୀବୀ ଶ୍ରୀଯୁକ୍ତ ତ୍ରିପାଠୀ ଧନ୍ୟବାଦ ସହ କୃତଜ୍ଞତା ଅର୍ପଣ କରିଛନ୍ତି l

ଅନେକ ପ୍ରକାର ବିବାଦ ନେଇ ସାଧାରଣ ନିଜ ଆପତ୍ତି ଓ ଅଭିଯୋଗ ଦାଖଲ ସହ ତାର ସମାଧାନ ଓ ଉପଯୁକ୍ତ ନ୍ୟାୟ ପାଇବା ରେ ବେଶ ସହାୟକ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି ।