ନିଆଁ ଲାଗି ନଷ୍ଟ ହେଲା ୨୦ ହେକ୍ଟର କୃତ୍ରିମ ଜଙ୍ଗଲ

0
161
ନିଆଁ ଲାଗି

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୨୪/୩) : କୋରାପୁଟ ବନ ବିଭାଗ ର ୨୦ ହେକ୍ଟର କୃତ୍ରିମ ଜଙ୍ଗଲ ନିଆଁ ଲାଗି ବୁଧବାର ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।

କୋରାପୁଟ କୋଲାବ ନଗର ନଦୀ ଉପକୂଳରେ କାମ୍ପା ଯୋଜନାରେ ବଡ କେରେଙ୍ଗା ପଞ୍ଚାୟତ ର ଏକ ଲଣ୍ଡା ପାହାଡ଼ରେ ୨୦୧୮-୧୯ ମସିହାରେ ବିଭିନ୍ନ କିସମ ର ୩୨,୦୦୦ ବୃକ୍ଷ ରୋପଣ କରି କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଥିଲା । କିନ୍ତୁ ଜଙ୍ଗଲ ବିଭାଗ ର ଅପାରଗତା ଯୋଗୁଁ ତାହା ଆଜି ନିଆଁ ଲାଗି ପୋଡି ନଷ୍ଟ ହୋଇ ଯାଇଛି ।

ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଲାଗିବାର ଅଧିକ ସମ୍ଭାବନା ଥିବାରୁ ଜଗୁଆଳୀ ରଖିବା ପାଇଁ ସରକାରୀ ନିୟମ ଥିଲେ ସୁଦ୍ଧା ଆଶ୍ଚର୍ଯ୍ୟ ଜନକ ଭାବେ ଫେବୃୟାରୀ ମାସରେ ୨ ଜଣ ଜଗୁଆଳଙ୍କୁ କାର୍ଯ୍ୟରୁ ବାହାର କରି ଦିଆ ଯାଇଥିବା ଜଣାପଡିଛି ।

ନିଆଁ ଲାଗିଲେ ମଧ୍ୟ ତାହା ବ୍ୟାପକ ନ ହେବା ପାଇଁ ବିଭାଗ ପକ୍ଷରୁ ଯେଭଳି ସତର୍କତା ଅବଲମ୍ବନ କରାଯିବା କଥା ଯଥା ସରକାରୀ ନିର୍ଦ୍ଦେଶ ଅନୁସାରେ ଲାଇନିଂ କରି ଶୁଖିଲା ଡାଳପତ୍ର ସଫା କରିବା ବା ଅଗ୍ନି ନିରୋଧକ ଟ୍ରେଞ୍ଚ୍ ନିର୍ମାଣ କରିବା ଇତ୍ୟାଦି ପୂର୍ବ ସତର୍କତା ତଥା ସର୍ବୋପରି ଜଣେ ଜଗୁଆଳି ଦ୍ବାରା ଅନ୍ତତଃ ଠିକ୍ ସମୟରେ ଜଙ୍ଗଲ ଅଧିକାରୀଙ୍କୁ ଖବର ଦିଆଯାଇ ପାରିଥିଲେ ଏହି ବ୍ୟାପକ ଜଙ୍ଗଲ ପୋଡି କୁ ରୋକା ଯାଇ ପାରିଥା’ନ୍ତା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଲାଗିବାର ଅଧିକ ସମ୍ଭାବନା ଥିବାରୁ ଜଗୁଆଳୀ ରଖିବା ପାଇଁ ସରକାରୀ ନିୟମ ଥିଲେ ସୁଦ୍ଧା ୨ ଜଣ ଜଗୁଆଳଙ୍କୁ କାର୍ଯ୍ୟରୁ ବାହାର କରି ଦିଆ ଯାଇଥିବା ଜଣାପଡିଛି । ଜଗୁଅାଳ ୨ ଜଣ ହେଲେ କେନ୍ଦୁବେଡା ଗ୍ରାମ ର ଚିତ୍ତ ବଡନାଇକ ଓ ଭୁତନଗର ଗ୍ରାମର ଧନ ଜାନୀ ।ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ନିକଟସ୍ଥ ମଙ୍ଗଳା ମନ୍ଦିର ପଟରୁ ବୁଧବାର ମଧ୍ୟାହ୍ନରୁ ନିଆଁ ଲାଗିବା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ୮/୧୦ ଜଣ ସ୍କାର୍ଡ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଓ ରାତ୍ରି ପ୍ରାୟ ୮ ଘଣ୍ଟା ସମୟରେ ଫରେଷ୍ଟର ସୁନୀଲ ପାଢି ଆସି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହି ଜଙ୍ଗଲ ପୋଡିରେ ବହୁ ଜୀବଜନ୍ତୁଙ୍କ ସମେତ ମୂଲ୍ୟବାନ ଗଛ ନଷ୍ଟ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
,