ଏପ୍ରିଲ୍‌ରୁ ୮୦୦ ଔଷଧ ର ବଢିବ ଦାମ୍‌ : ୧୦.୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବ

0
166
ଏପ୍ରିଲ୍‌ରୁ ୮୦୦ ଔଷଧ

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ନୂଆଦିଲ୍ଲୀ, (୨୫/୦୩) : ଜାତୀୟ ଅତ୍ୟାବଶକୀୟ ଔଷଧ ସୂଚୀ ବା ନ୍ୟାସନାଲ ଲିଷ୍ଟ ଅଫ୍‌ ଏସେନ୍‌ସିଆଲ୍‌ ମେଡିସିନ୍‌ ଅନ୍ତର୍ଗତ ଏପ୍ରିଲ୍‌ରୁ ୮୦୦ ଔଷଧ ର ମୂଲ୍ୟ ବୃଦ୍ଧି ପାଇବ ।

ଏପ୍ରିଲ୍‌ରୁ ପାରାସିଟାମଲ୍‌ ସହ ଅନ୍ୟ ଅତ୍ୟାବଶକୀୟ ଔଷଧ ର ମୂଲ୍ୟ ପ୍ରାୟ ୧୦.୭ ପ୍ରତିଶକ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ହୋଲସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସରେ ବୃଦ୍ଧି କାରଣରୁ ଏହି ସବୁ ଔଷଧ ର ମୂଲ୍ୟ ବୃଦ୍ଧି ପାଇବ ବୋଲି ଜଣା ପଡିଛି । ଏବେ ଜର, ସଂକ୍ରମଣ, ହୃଦୟ ରୋଗ, ଉଚ୍ଚ ରକ୍ତଚାପ ତଥା ଚର୍ମ ରୋଗ ସହ ଅନ୍ୟ କେତକ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ର ମୂଲ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

ପାରାସିଟାମଲ୍‌ , ଫିନୋବାର୍ବିଟୋନ, ସୋଡିୟମ, ଏଜିଥ୍ରୋମାଇସିନ୍‌, ମେଟ୍ରୋନିଡାଜୋଲ୍‌ ପରି ଔଷଧ ମହଙ୍ଗା ହେବ । ଏପ୍ରିଲ୍‌ ଏକ ତାରିଖରୁ ଏ ସବୁର ମୂଲ୍ୟ ବୃଦ୍ଧି ପାଇବ ।