ଉପରାଷ୍ଟ୍ରପତିଙ୍କ ଗୋଟିଏ ପ୍ରଶ୍ନ ଆପଣଙ୍କ ସେଇଟା ଦାଢି ନା ମାସ୍କ ?

0
214
ଉପରାଷ୍ଟ୍ରପତିଙ୍କ ଗୋଟିଏ ପ୍ରଶ୍ନ

ନୂଆଦିଲ୍ଲୀ, (ଓଡିଶା ନ୍ୟୁଜ ୨୪- ୨୮/୦୩) : ଆମ ସଂସଦରେ ଉଭୟ ଗୃହରେ ଦେଶର ଗମ୍ଭିର ପ୍ରସଙ୍ଗମାନ ଆଲୋଚନା ହୋଇଥାଏ । ହେଲେ ବେଳେ ବେଳେ ଗମ୍ଭିର ପ୍ରସଙ୍ଗ ଭିତରେ ଆମ ରାଜନେତାମାନେ ଏମିତି ହସଖୁସି କରନ୍ତି, ଉପରାଷ୍ଟ୍ରପତିଙ୍କ ଗୋଟିଏ ପ୍ରଶ୍ନ ଶୁଣିଲେ ଆପଣ ବି ହସିହସି ନାକେଦମ୍‌ ହେବେ ।

ଏହା କଥା ଗତ ସପ୍ତାହର । ରାଜ୍ୟସଭା ଚାଲିଥାଏ । ଏତିକି ବେଳେ ସାଂସଦ ସୁରେଶ ଗୋପୀଙ୍କୁ ପ୍ରଶ୍ନ ପଚାରିବାକୁ ନିର୍ଦ୍ଦେଶ ଦେଲେ, ରାଜ୍ୟସଭା ପରିଚାଳନା କରୁଥିବା ଉପରାଷ୍ଟ୍ରତି ଭେଙ୍କିଆ ନାଇଡୁ । ଉପରାଷ୍ଟ୍ରପତିଙ୍କ ଗୋଟିଏ ପ୍ରଶ୍ନ ଆପଣଙ୍କ ମୁହଁରେ ମାସ୍କ ଲଗାଇଛନ୍ତି ନା ଦାଢି ? ଶ୍ରୀ ନାଉଡୁଙ୍କ ପଚାରିବାର ଢଙ୍ଗ ଏତେ ମଜାଦାର ଥିଲା ଯେ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସି ହସି ବେଦମ ହୋଇ ପଡିଥିଲେ ।

ପ୍ରଶ୍ନର ଉତ୍ତର ଦେଇ ସାଂସଦ ଗୋପୀ ଏହା ତାଙ୍କ ମାସ୍କ ନୁହେଁ ବରଂ ଦାଢି ଓ ଏହା ତାଙ୍କର ଫିଲ୍ମ ପାଇଁ ନ୍ୟୁଲୁକ୍ ବୋଲି କହିଥିଲେ । ଯାହାକୁ ନେଇ ସଂସଦରେ କିଛି ସମୟ ଲାଗି ହାସ୍ୟଗୋଳ ସୃଷ୍ଟି ହୋଇଥିଲା ।

ସୁରେଶ ଗୋପୀ ହେଉଛନ୍ତି ମାଲାୟାଲମ ଫିଲ୍ମ ଦୁନିଆ ର ଜଣେ ଚର୍ଚ୍ଚିତ ଅଭିନେତା । ଯିଏ ଅନେକ ସାଉଥ୍‌ ଇଣ୍ଡିଆନ୍ ଫିଲ୍ମରେ ଅଭିନୟ କରିଛନ୍ତି । ଏପରିକି ସେ ସୁନ୍ଦର ଅଭିନୟ ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ପରବର୍ତ୍ତି ସମୟରେ କେରଳ ଭାଜପା ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଆସିଛନ୍ତି ।