ବାଇକ ଲୁଟେରା ଙ୍କୁ ଧରିଲା ଗୁଣୁପୁର ପୁଲିସ : ୨୨ ଟି ବାଇକ ଜବତ ଓ ୬ ଗିରଫ

0
266

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୩୦/୧୦) : ଏକ ବଡ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ କୁ ଧରିଛି ଗୁଣୁପୁର ପୁଲିସ । ଗତ ଏକ ମାସ ଧରି ଗୁଣୁପୁର ପୁଲିସର ନିଦ ହଜେଇ ଦେଇଥିଲେ ବାଇକ ଲୁଟେରା ।

ପ୍ରତିଦିନ ପୁଲିସ ଆଖିରେ ଧୂଳିଦେଇ ସହରର ଗଳି କନ୍ଦି ରୁ ବାଇକ ଚୋରି କରି ନେଉଥିଲେ ହରେକ ରକମର ବାଇକ୍ । ପୁଲିସ ଏକ ସ୍ୱତନ୍ତ୍ର ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗୁଣୁପୁର ର ନିଖିଲ ଶବର ଓ ହୁକୁମ୍ବା ର ସାଇ କ୍ରିଷ୍ଣା । ଚୋରି ବାଇକ୍ କିଣିଥିବା ଅଭିଯୋଗ ରେ ଅନ୍ୟ ଚାରିଜଣ କୁ ମଧ୍ୟ ଗିରଫ କରାଯାଇଛି ।

ଅଭିଯୁକ୍ତ ଙ୍କ ଠାରୁ ୨୨ଟି ବାଇକ୍, ୨ ଟି ସାଇକେଲ ଜବତ କରିଛି ପୁଲିସ । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଯସୱନ୍ତ ହିଆଲ ସୂଚନା ଦେଇଛନ୍ତି ।