କରୋନା କଟକଣା ହଟିବା ପରେ ଅଙ୍ଗନବାଡି କେନ୍ଦ୍ରରେ ପାଳିତ ହୋଇଛି ଉତ୍କଳ ଦିବସ

0
167
କରୋନା କଟକଣା ହଟିବା

ରିପୋର୍ଟ : ବିରଞ୍ଚି ପ୍ରସାଦ
ଗୁଣୁପୁର, (୦୧/୦୪) : କରୋନା କଟକଣା ହଟିବା ପରେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରେ ଆଜି ପବିତ୍ର ଉତ୍କଳ ଦିବସ ଛୋଟ ଛୋଟ ପିଲାଙ୍କୁ ନେଇ ପାଳନ ହୋଇଯାଇଛି । କରୋନା କଟକଣା ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ଦୁଇ ବର୍ଷ ହେଲା ବନ୍ଦ ରହିଥିଲା ।

କରୋନା କଟକଣା ହଟିବା ପରେ ଆଜି ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ସାବୁନ ରେ ହାତ ଧୋଇ ସାନିଟାଇଜର ଲଗାଇ ଭିନ୍ନ ଢଙ୍ଗରେ ଫୁଲ ତୋଡ଼ା ଦେଇ ସ୍ୱାଗତ କରି ସେଣ୍ଟର ଭିତରକୁ ପ୍ରବେଶ କରାଇଥିଲେ । ଆଜିର ଅତିଥି ଭାବେ ଆଇ ସି ଡି ଏସ ସୁପରଭାଇଜର ବିଜୟଲକ୍ଷ୍ମୀ,ଜଗନ୍ନାଥପୁର ସରପଞ୍ଚ କୋଲକା ଚନ୍ଦ୍ରକଳା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କଳିଙ୍ଗର ବରପୁତ୍ର ମାନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦୁଇ ବର୍ଷ ବ୍ୟବଧାନ ପରେ ଖୋଲିଲା କୁନି କୁନି ପିଲାଙ୍କ ପ୍ରାକ ବିଦ୍ୟାଳୟ ।82bb2015 922b 4e51 840e 6dcc430b0781 କରୋନା କଟକଣା ହଟିବା ପରେ ଅଙ୍ଗନବାଡି କେନ୍ଦ୍ରରେ ପାଳିତ ହୋଇଛି ଉତ୍କଳ ଦିବସ

ପ୍ରଥମ ଦିନରେ ସମସ୍ତ ଶିଶୁ ମାନଙ୍କୁ ସ୍ୱାଗତ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା । କିଭଳି ଶିଶୁ ମାନଙ୍କ ଦକ୍ଷତା ବିକାଶ କରାଯିବ ଏବଂ କେମିତି ଅଧିକ ଶିଶୁ ମାନେ ଉତ୍ସାହିତ ହୋଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିବେ ସେ ନେଇ ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଙ୍ଗର ବେଳୁନ ଓ ମିଠା ଲଢୁ ଦେଇ କୁନି କୁନି ପିଲାଙ୍କୁ ଆନନ୍ଦିତ କଲେ ଜଗନ୍ନାଥପୁର ଅଙ୍ଗନବାଡ଼ି “୧” କେନ୍ଦ୍ରର ଶ୍ରୀମତୀ ଶଶିରେଖା ସେନାପତି । ଏହାପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ଉପସ୍ଥିତ ଅତିଥିମାନେ । ଦୁଇ ବର୍ଷ ପରେ ଅଙ୍ଗନବାଡି ସେଣ୍ଟର ଖୋଲିବାରୁ ମା ଓ ଶିଶୁ ମାନେ ଖୁସି ବ୍ୟକ୍ତ କରିଥିଲେ ।

ଶିଶୁ ମାନଙ୍କ ଦକ୍ଷତା କିଭଳି ବିକାଶ କରାଯିବ ଏବଂ କେନ୍ଦ୍ରକୁ ଆସି ଆଜିଠୁ ପାଠ ପଢ଼ା ଆରମ୍ଭ ହେବ ତାହା ବିଷୟରେ ନିଜ ନିଜ ମତାମତ ରଖିଥିଲେ।
ପ୍ରତ୍ୟେକ ଦିନ ସକାଳ ୭.୩୦ ମିନିଟରୁ ୯.୩୦ ପର୍ଯନ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢା ଚାଲିବ। ଆଜିର ଏହି ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସସିରେଖା ସେନାପତି ପରିଚାଳନା କରିବା ସହ ତାଙ୍କ ସାଥିରେ ଚାପଲା ଚନ୍ଦ୍ରାବତୀ ଓ କବିତା ପଣ୍ଡା ସହଯୋଗ କରିଥିଲେ । ଅଙ୍ଗନବାଡି କର୍ମୀଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ।