ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର, ରାଜ୍ୟରୁୁ ୧୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ : ଆଉ ୬୪ ମୃତ

0
150

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୧/୦୮) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବିଗତ ସପ୍ତାହ ଧରି ସ୍ଥିର ରହିଛି । ଦୈନିକ ସଂକ୍ରମଣ ୧୫ ଶହ ପାଖାପାଖି ରହୁୂଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ଜଣ ନୂଆଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୦୫ଟି ହେଉଛି ଲୋକାଲ୍ କେସ୍ ।

ଏଥିସହିତ ରାଜ୍ୟରେ କରୋନା ରେ ଆଉ ୬୪ ପ୍ରାଣ ହରାଇଥିବା ନେଇ ସରକାର ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୯୬୬କୁ ବୃଦ୍ଧି ପାଇଛି । ୧୪୩୭ ନୂଆ ସଂକ୍ରମିତଙ୍କ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୬ ହଜାର ୮୨୮ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୫ ହଜାର ୮୫୮ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଥିବା ବେଳେ କଟକରୁ ୧୯୦, ପୁରୀରୁ ୧୪୬, ଅନୁଗୋଳରୁ ୪୭, ବାଲେଶ୍ୱରରୁ ୬୪, ବରଗଡ଼ରୁ ୮, ନୟାଗଡ଼ରୁ ୩୬, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୬, ସୋନପୁରରୁ ୧୩ , ସୁନ୍ଦରଗଡ଼ରୁ ୨୯, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୧, ଗଜପତିରୁ ୩, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୮୬, ଯାଜପୁରରୁ ୬୬, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୧, କେନ୍ଦୁଝରରୁ ୧୯, କୋରାପୁଟରୁ ୫, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨ ଏବଂ ଷ୍ଟେଟ୍ ପୁଲ୍ରୁ ୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୬୪ ମୃତକଙ୍କ ମଧ୍ୟରୁ ଭଦ୍ରକ, କଟକ ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ ଥିବା ବେଳେ ସୁନ୍ଦରଗଡ଼ ଓ ପୁରୀରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଅନୁଗୋଳ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଅଛନ୍ତି ।

ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୫୩କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୫୭, ବାଲେଶ୍ୱରରେ ୧୯୦, ମୟୂରଭଞ୍ଜରେ ୨୧୧, ନବରଙ୍ଗପୁରରେ ୬୩, ନୟାଗଡ଼ରେ ୧୪୯, ପୁରୀରେ ୩୬୨, ବରଗଡ଼ରେ ୨୮୯, ଭଦ୍ରକରେ ୮୩, କଟକରେ ୩୪୭, ଢେଙ୍କାନାଳରେ ୧୨୦, ଗଞ୍ଜାମରେ ୪୪୩, ଜଗତସିଂହପୁରରେ ୯୯, ଯାଜପୁରରେ ୭୩, ଝାରସୁଗୁଡ଼ାରେ ୧୫୫, କନ୍ଧମାଳରେ ୭୫, କେନ୍ଦ୍ରାପଡ଼ାରେ ୧୩୭, କୋରାପୁଟରେ ୭୩ ଓ ସୁନ୍ଦରଗଡ଼ରେ ୫୨୭କୁ ବୃଦ୍ଧି ପାଇଛି ।