କୁମୁଡାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ମନ୍ତ୍ରୀଙ୍କ ଦ୍ୱାରା ୧୦୦ ଶଯ୍ୟା ଆବାସ ଉଦ୍ଘାଟିତ

0
190
କୁମୁଡାବାଲି

ରିପୋର୍ଟ : ନରତ୍ତମ ପାଢୀ //
ମୁନିଗୁଡା, (୧୨/୪) : ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ କୁମୁଡାବାଲି ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ଵାଳିକା ଵିଦ୍ୟାଳୟ ପରିସରରେ ଗତ କାଲି ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କରକମଳରେ ୧୦୦ ଶଯ୍ୟା ଵିଶିଷ୍ଟ ବାଳିକା ଆବାସ ଉଦଘାଟିତ ହୋଇଯାଇଛି ।89d65a85 3510 46c3 a3eb 25cf8ef0ea93 କୁମୁଡାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ମନ୍ତ୍ରୀଙ୍କ ଦ୍ୱାରା ୧୦୦ ଶଯ୍ୟା ଆବାସ ଉଦ୍ଘାଟିତ

ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଭାରାଣୀ ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଏହି କୁମୁଡାବାଲି କସ୍ତୁରବା ଗାନ୍ଧୀ ବାଳିକା ଆବାସ ଗୃହ ଉଦଘାଟନ କରିଥିଲେ l ଏହି ଅବସରରେ ପ୍ରଥମେ ମନ୍ତ୍ରୀ ଶ୍ରୀ ସାରକାଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡୃକା, ବ୍ଲକ ଶିକ୍ଷା ଅଧିକାରୀ ଭି.ଭାସ୍କର ରାଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ, ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼,ସମିତି ସଭ୍ୟ ଉଦ୍ଧବ ଶିକକା,ପୂର୍ବତନ ଏସଡ଼ିସି ଅଧକ୍ଷ ଜଗନ୍ନାଥ ନୁଣ୍ଡୃକା, ବିଜେଡ଼ି ନେତା ଶ୍ରୀ ବୃନ୍ଦାବନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ପରେ ଅତିଥି ମନ୍ତ୍ରୀ ଶ୍ରୀ ସାରକା ରିବନ କାଟି ଶୁଭ ଉଦଘାଟନ କରିଥିଲେ l

ଏଥିସହ ସମସ୍ତ ଅତିଥି ଉକ୍ତ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଆବାସକୁ ବୁଡ଼ି ଦେଖିଥିଲେ ଏବଂ ଛାତ୍ରୀ ମାନଙ୍କୁ ଏଠାରେ ସମସ୍ତ ସୁବିଧା ପାଇ ରହି ପାଠ ପଡିବାକୁ ପରାମର୍ଶ ଦେଇଥିଲେ l ପ୍ରକାଶ ଥାଉକି ଏହି ଅନୁଷ୍ଠାନର ଏଵେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଟେଲଙ୍କ ଉପରେ ଉପସ୍ଥିତ ଜନତା ଅସନ୍ତୋଷ ହେଉଥିବା ଦେଖିବାକୁ ମିଳିଥିଲା । ଅସନ୍ତୋଷ ଜନତାଙ୍କ ଅଭିଯୋଗ ଥିଲା, ଏଥି ପୂର୍ବରୁ ଶ୍ରୀମତୀ ପଟେଲ ଏହି ଅନୁଷ୍ଟାନରେ ଥାଇ ପିଲାମାନଙ୍କୁ ମିନୁ ଅନୁଯାୟୀ ଖାଦ୍ୟ ପେୟ ସଠିକ୍ ଭାବେ ନଦେଇ ବାଟମାରଣ କରୁଥିଲେ, ଏ ନେଇ ଵାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ଜଣେ କୋମଳମତି ଛତ୍ରୀ କରେଣ୍ଟରେ ମୃତ୍ୟୁ ବରଣ କରିଥିଲେ ।

ଶ୍ରୀମତୀ ପଟେଲଙ୍କ ଅବହେଳା ଯୋଗୁଁ ମୃତ୍ୟୁ ବରଣ କରିଥିବା ଛାତ୍ରୀଙ୍କ ପାଇଁ ପଟେଲଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିଲା, ପୁନରାୟ କେଉଁ ନିୟମରେ ଏଠାରେ ପୁନ ନିଯୁକ୍ତି ଦିଆଗଲା ଵୋଲି ଉପସ୍ଥିତ ଆଦିବାସୀମାନେ କହିଥିଲେ ଏବଂ ଏନେଇ ମନ୍ତ୍ରୀଙ୍କୁ ପଚାରିବାକୁ ଆସିଥିଲୁ ଵୋଲି ମତବ୍ୟକ୍ତ କରିଥିଲେ।