ବିସିଂହପୁର ପଞ୍ଚାୟତ ରେ ନିର୍ବାଚନ ପରବର୍ତ୍ତୀ ପ୍ରଥମ ବୈଠକ

0
201
ବିସିଂହପୁର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୯/୦୪) : ବିସିଂହପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ପ୍ରଥମ ଥର ପାଇଁ ବୈଠକ ହୋଇଥିଲା ।

ବିସିଂହପୁର ପଞ୍ଚାୟତ ରେ ଏହି ବୈଠକ ରେ ନାଏବ ସରପଞ୍ଚ ବିଜୟଲକ୍ଷ୍ମୀ ଷଡଙ୍ଗୀ, ସମିତି ସଭ୍ୟା ରଶ୍ମିତା ଅମନାତ୍, ପିଇଓ ରାମକୃଷ୍ଣ ମିଶ୍ର, ଜି. ଆର. ଏସ ନମିତା ସାହୁ ଏବଂ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ । ପଞ୍ଚାୟତ ର ସମସ୍ତ ୱାର୍ଡ ରେ ଉର୍ଣ୍ଣତି କରଣ, ପ୍ରକୃତ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ସାମିଲ କରାଯିବା ବୃଦ୍ଧା ବୃଦ୍ଧ, ବିଧବା ଙ୍କୁ ଉଚିତ ସମୟରେ ଭତ୍ତା ମିଳିବା, ପିଇବା ପାଣି ର ସୁବିଧା ଯୋଗାଇ ଦେବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା ।

ସୂଚନା ଥାଉକି କୋୖଣସି କାରଣରୁ ସରପଞ୍ଚ ଶ୍ରୀମତୀ ରୁପା ଜାନୀ ଅନୁପସ୍ଥିତ ଥିବାରୁ ନାୟବ ସରପଞ୍ଚ ଶ୍ରୀମତୀ ଷଡଙ୍ଗୀ କାର୍ଯ୍ୟକ୍ରମ ର ଭାର ତୁଲାଇ ଥିଲେ ।