୧୦ମ ଶ୍ରେଣୀ ଶୁଭ ମନାସୀ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

0
190
୧୦ମ ଶ୍ରେଣୀ

9f912cf5 3b44 4ef6 9f0e 98bbb78db5c1 ୧୦ମ ଶ୍ରେଣୀ ଶୁଭ ମନାସୀ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୨୧/୦୪) : ଗୁରୁବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗୁଣପୁର ଠାରେ ୧୦ମ ଶ୍ରେଣୀ ଶୁଭ ମନାସୀ ଗାୟତ୍ରୀ ମହାଯଜ୍ଞ ଯଥାରୀତି ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଯଜ୍ଞରେ ସ୍ଥାନୀୟ ଅଞ୍ଚଳ ର ଜଣେ ବିଶିଷ୍ଟ ପୂଜକ ଶ୍ରୀ ନରସିଂହ ପଟ୍ଟନାୟକ ପୋୖରହିତ୍ୟ କରିଥିଲେ ।

14f0131f eb99 4ac0 9bec 4c03dad60747 ୧୦ମ ଶ୍ରେଣୀ ଶୁଭ ମନାସୀ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଯଜ୍ଞରେ ଉପବେଶନ କରିଥିଲେ । ଅନୁଷ୍ଠାନ ର ସଂପାଦକ ଶ୍ରୀ ସୋମନାଥ ଗୌଡ଼, ଯୁଗ୍ମ ସଂପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ, ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଓ ପୂର୍ବତନ ସଦସ୍ୟା ତଥ ସମାଜ ସେବୀକା ଶ୍ରୀମତୀ ଅମ୍ବିକା ରାଣୀ ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ର ତଦାରଖ କରିଥିଲେ । ସମସ୍ତ ୧୦ମ ଶ୍ରେଣୀ ର ଭାଇଭଉଣୀ ମାନେ ଯଜ୍ଞରେ ଉପସ୍ଥିତ ରହି ଗୁରୁଜୀ ଗୁରୁମା ମାନଙ୍କ ଶୁଭ ଆଶୀଷ ଗ୍ରହଣ କରିଥିଲେ ।