ଦୁଇ ଦିନିଆ କୋରାପୁଟ ଗସ୍ତରେ କେନ୍ଦ୍ର ନାଗରିକ ଉନ୍ନୟନ ଯୁଗ୍ମ ସଚିବ

0
148
ଦୁଇ ଦିନିଆ କୋରାପୁଟ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୮/୦୪) : ଦୁଇ ଦିନିଆ କୋରାପୁଟ ଜିଲ୍ଲାକୁ ଗସ୍ତରେ ଆସିଛନ୍ତି କେନ୍ଦ୍ର ନାଗରିକ ଉନ୍ନୟନ ଯୁଗ୍ମ ସଚିବ ଉଷା ପାଢୀ । ସକାଳୁ ବିଶାଖାପାଟଣା ରୁ ବାହାରି ସିଧା କୋରାପୁଟ ଜିଲ୍ଲା ର ଚାଟୁଆ ରେ ପହଞ୍ଚିଛନ୍ତି । ପରେ ନନ୍ଦପୁର ବ୍ଲକ ର ଧୃବ ଗ୍ରାମରେ କଫି ନର୍ସରି ପରିଦର୍ଶନ କରିଛନ୍ତି ।WhatsApp Image 2022 04 28 at 6.04.49 AM ଦୁଇ ଦିନିଆ କୋରାପୁଟ ଗସ୍ତରେ କେନ୍ଦ୍ର ନାଗରିକ ଉନ୍ନୟନ ଯୁଗ୍ମ ସଚିବ

ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଥିବା କେନ୍ଦ୍ର ନାଗରିକ ଉନ୍ନୟନ ଯୁଗ୍ମ ସଚିବ ଉଷା ପାଢୀ 5T ରେ ରୁପାନ୍ତରିତ ପାଡୁଆ ହାଇସ୍କୁଲ ସହ ପାଡୁଆ ମେଡିକାଲ ପରିଦର୍ଶନ କରି ସ୍ଥିତି ପରଖି ଥିଲେ । ଶିକ୍ଷାକ୍ରମ କୁ ନେଇ ହାଇସ୍କୁଲ ର ଶିକ୍ଷକ ଓ ଛାତ୍ର ମାନଙ୍କୁ ପଚାରି ବୁଝିଥିଲେ । ଶୁକ୍ରିପୁଟ ଓ ଥୂବା ଏମଜି ଏନଆରଜିଏସ ଯୋଜନା ର ହାଇବ୍ରିଡ ପରିବାଚାଷ ପରିଦର୍ଶନ କରିବାପରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।

ନନ୍ଦପୁର ଠାରେ ମିଶନ ଶକ୍ତି କେନ୍ଦ୍ର ପରିଦର୍ଶନ କରିବେ । ପରେ ନନ୍ଦପୁରର ସମସ୍ତ କାର୍ଯ୍ୟକ୍ରମ ସାରି କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ବିଶ୍ରାମ ନେବାପରେ ଜୟପୁର ଗସ୍ତ କରି ଜୟପୁର ଏୟାର ଷ୍ଟ୍ରିପ କାର୍ଯ୍ୟ ର ଅଗ୍ରଗତି ର ସମୀକ୍ଷା କରିବେ । ଏହାପରେ ବୋରିଗୁମା ବ୍ଲକ ଗସ୍ତ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ସନ୍ଧ୍ୟାରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବୈଠକ କାର୍ଯ୍ୟକ୍ରମ ରହିଛି । ଆସନ୍ତା କାଲି ସକାଳୁ ଶାବର ଶ୍ରୀକ୍ଷେତ୍ର ଦର୍ଶନ ସହ ପାଇନ ରିସୋର୍ଟ ପରିଦର୍ଶନ କରି ବିଶାଖାପାଟଣା ଫେରିବା କାର୍ଯ୍ୟକ୍ରମ ରହିଛି ।