ମଦଭାଟି ମ୍ୟାନେଜର ଙ୍କୁ ଆକ୍ରମଣ ଓ ଲୁଟ ମାମଲାରେ ଦୁଇ ଅଟକ

0
118
ମଦଭାଟି ମ୍ୟାନେଜର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୮/୦୪) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରୁ ଗତକାଲି ବିଳମ୍ବିତ ରାତିରେ ମଦଭାଟି ମ୍ୟାନେଜର ଙ୍କୁ ଆକ୍ରମଣ ଓ ଲୁଟ ମାମଲାରେ ୨ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ ।

ମଦଭାଟି ମ୍ୟାନେଜର ଙ୍କୁ ଆକ୍ରମଣ ଓ ଲୁଟ ମାମଲାରେ ପୋଲିସ ଅଟକ ରଖିଥିବା ଉକ୍ତ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯିବା ଘଟଣାକୁ କେନ୍ଦ୍ର କରି ୩ ଜଣ କନେଷ୍ଟବଳ ସତ୍ୟବାନ୍ ରାଉତ, ଅଶ୍ୱିନୀ ସେଠ୍ ଓ ସୁନୀଲ କୁମାର ମିଞ୍ଜଙ୍କୁ ଏସପି ନୀତିନ କୁଶଲକର ନିଲମ୍ବିତ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ ତାରିଖ ରେ ସଇଁନ୍ତଲା ଥାନା ଅନ୍ତର୍ଗତ ବେଲଗା ଫାଣ୍ଡି ଅଧିନସ୍ଥ ବିନ୍ଧନବାହାଲି ଗ୍ରାମ ମଦ ଭାଟିରୁ କିଛି ଅସାମାଜିକ ଯୁବକ ଭାଟି ମ୍ୟାନେଜର ପିଣ୍ଟୁ ସିଂ ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସଇଁନ୍ତଲା ପୁଲିସ ତଦନ୍ତ କରୁଥିବାବେଳେ ଗତ ୨ ଦିନ ହେଲା ୨ ଯୁବକକୁ ପୁଲିସ ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲା ।

ଗତକାଲି ବିଳମ୍ୱିତ ରାତିରେ ୨ ଯୁବକ ବଡ଼ମାଲ ଫାଣ୍ଡିରେ ଖାଇ ସାରିବା ପରେ ହାତ ଧୋଇ ଗଲାବେଳେ ଫେରାର ମାରିଥିଲେ । ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଓ ବଡ଼ମାଲର କିଛି ଘରୋଇ ସିକ୍ୟୁରିଟି ୨ ଅଭିଯୁକ୍ତଙ୍କୁ ଖୋଜାଖୋଜି କରି ସୁଦ୍ଧା କିଛି ସୁରାକ ପାଇ ପାରି ନ ଥିଲେ । ଏ ସୂଚନା ପାଇ ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ ବଡ଼ମାଲ ଫାଣ୍ଡିକୁ ଆସି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିଲେ । ପରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ମଧ୍ୟ ଆସି ଛାନଭିନ ଆରମ୍ଭ କରିଥିଲେ ।