ଜିଲ୍ଲା ଓକିଲ ସଂଘ ଙ୍କ ଅଧିବକ୍ତା ଦିବସ ପାଳିତ

0
123
ଜିଲ୍ଲା ଓକିଲ ସଂଘ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୮/୦୪) : ଆଜି ଅପରାହ୍ନ ରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ଅଧିବକ୍ତା ଦିବସ ଭାବେ ପାଳନ କରାଯାଇଛି ।

ଜିଲ୍ଲା ଓକିଲ ସଂଘ ଙ୍କ ଅଧିବକ୍ତା ଦିବସରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଓକିଲ ଓ ମହକିଲ ର ସଂପର୍କ ଉପରେ ବକ୍ତବ୍ୟ ଉପସ୍ଥାପନ କରି ସୁପ୍ରିମ କୋର୍ଟ ର ଗାଇଡ ଲାଇନ୍ ମୁତାବକ ଜଣେ ଓକିଲକୁ ଜଣେ ମହିଳା ର ମୁକଦ୍ଦମା ଲଢ଼ିବାରେ କେହି ମନା କରିପାରିବେ ନାହିଁ ବୋଲି କହିଥିଲେ ।WhatsApp Image 2022 04 28 at 5.46.37 PM ଜିଲ୍ଲା ଓକିଲ ସଂଘ ଙ୍କ ଅଧିବକ୍ତା ଦିବସ ପାଳିତ

ମହକିଲ ର ପକ୍ଷକୁ ଯୁକ୍ତିଯୁକ୍ତ ଭବରେ ଉପସ୍ଥାପନ କରିବା ଜଣେ ଓକିଲ ର ଦାୟିତ୍ଵ ବୋଲି ଶ୍ରୀ ମିଶ୍ର କହିଥିଲେ l ଓକିଲ ମାନଙ୍କ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଷ୍ଟେଟ ବାର୍ କାଉନସିଲ ଓ ଇଣ୍ଡିଏନ ବାର୍ କାଉନସିଲ ଧ୍ୟାନ ଦେବା ଉପରେ ଶ୍ରୀ ମିଶ୍ର ଜୋର୍ ଦେଇଥିଲେ  ।

ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସ ପରବର୍ତ୍ତୀ ପିଢ଼ି ପାଇଁ ଯେଉଁ ଆଦର୍ଶ ଛାଡି ଯାଇଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ହେବା ଉଚିତ ବୋଲି ଉପସ୍ଥିତ ବକ୍ତା ମାନେ କହିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଆଇନଜୀବୀ ଜୟକୃଷ୍ଣ ସାହୁ ଯୋଗ ଦେଇ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ମହନୀୟ ଯୋଗଦାନ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘର ସଂପାଦକ ଅଧିକାରୀ ଦନ୍ତା, ଭବାନୀ ଶଙ୍କର ଶତପଥୀ, ଅନନ୍ତ ଥନାପତି, ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରିବା ସହ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଶେଷରେ ସଂଘର ଉପସଭାପତି ସରୋଜ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ ଯୋଗଦେଇଥିଲେ ।