ବଲାଙ୍ଗୀର ଗସ୍ତ ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

0
146
ବଲାଙ୍ଗୀର ଗସ୍ତ ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୮/୦୪) : ବଲାଙ୍ଗୀର ଜିଲ୍ଲା ର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇସାରିଛି । ବଲାଙ୍ଗୀର ଗସ୍ତ ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ବଲାଙ୍ଗୀର ଜିଲ୍ଲା ରହିଛି ।WhatsApp Image 2022 04 28 at 5.46.38 PM ବଲାଙ୍ଗୀର ଗସ୍ତ ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ଏହି କ୍ରମରେ ଅନେକ ଗୁଡିଏ ପ୍ରକଳ୍ପ ହୋଇସାରିଛି ଓ ଆଗକୁ ଆହୁରି ପ୍ରକଲ୍ପ ହେବାକୁ ଅଛି ବୋଲି ବଲାଙ୍ଗୀର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଅନେକଗୁଡିଏ ପ୍ରକଲ୍ପ ର ଉଦ୍ଦଘାଟନ କରି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଅସୀତ କୁମାର ତ୍ରିପାଠୀ କହିଛନ୍ତି ।

ପ୍ରଥମେ ସେ ହରିଶଙ୍କର ପର୍ଯ୍ୟଟନସ୍ଥଳୀରେ ନୂତନ କରି ନିର୍ମାଣ ହୋଇଥିବା ଓ ସ୍ୱୟଂ ସହାୟକ ଦଳଙ୍କ ଦ୍ୱାରା ପରିଚାଳିତ ପାନ୍ଥ ନିବାସକୁ ଉଚ୍ଚ ପ୍ରଶଂସା କରିଥିଲେ । ସେଠାରୁ ବେଲପଡା ବ୍ଲକ ର ସାରସଚୁଆଁ ର ଏକ ସାରସ ଫାର୍ମ ପରିଦର୍ଶନ କରିଥିଲେ । ଏହାପରେ ବଲାଙ୍ଗୀର ସହରକୁ ଆସି ଭୀମଭୋଇ ମେଡିକାଲ କଲେଜ ପରିସରରେ ୨ କୋଟି ଟଙ୍କାର ଏକ ସ୍ପୋର୍ଟସ କମ୍ପେ୍ଲକ୍ସ ଓ ଗାନ୍ଧୀ ଷ୍ଟାଡିୟମରେ ୨.୪ କୋଟି ଟଙ୍କା ର ଏକ ନୂତନ ଗ୍ୟାଲେରୀର ଶୀଳାନ୍ୟାସ କରିଥିଲେ ।

ଗାନ୍ଧୀ ଷ୍ଟାଡିୟମରେ ଜାତୀୟ ସ୍ତରୀୟ କ୍ରୀଡା ପାଇଁ ଭିତ୍ତିଭୂମି ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୀମଭୋଇ ମେଡିକାଲ କଲେଜ ର ଡିନ ଡ.ସବିତା ମହାପାତ୍ର, ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଜାହାରୀ ଓ ଅନ୍ୟମାନେ ସହଯୋଗ କରିଥିଲେ ।

ପରେ ସେ ଲର୍କିପାଲିର ସରକାରୀ ଆଇଟିଆଇ ଓ ପଲିଟେକ୍ନୀକର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସଂଧ୍ୟା ୬ଟା ସମୟରେ ଲର୍କି ପାଲି ସ୍ଥିତ ବିକେଏନ ଦୁଗ୍ଧ ୟୁନିୟନ ପକ୍ଷରୁ କରାଯାଇଥିବା କର୍ମଶାଳାରେ ଯୋଗଦେଇଥିଲେ । ଏହିଠାରେ ସେ ବିକେଏନ ଦୁଗ୍ଧ ୟୁନିୟନ ପକ୍ଷରୁ ଦେଓଗାଁ – ସଇଁତଳା ଓ ଗୁଡଭେଲା ବ୍ଲକରେ ୩୦ ଟି ନୂତନ କରି ଗଠନ ହୋଇଥିବା ସୋସାଇଟିକୁ ଉଦ୍ଦଘାଟନ କରିଥିଲେ ।

ଏହି ସବୁ ବ୍ଲକରେ ୩ ଟି କ୍ଲଷ୍ଟର ସେଣ୍ଟର ସମେତ ୩୦ ଟି ସୋସାଇଟି ଜରିଆରେ ଦୁଗ୍ଧ ଚାଷିଙ୍କ ଠାରୁ ପ୍ରାୟ ୬୦୦୦ ଲିଟର କ୍ଷୀର ସଂଗ୍ରହ କରାଯିବ । ଏଥିରେ ୯୦୦ ରୁ ଅଧିକ ଚାଷି ଉପକୃତ ହେବେ । ଏଥିପାଇଁ ଡବ୍ଲୁଓଡିସି ପକ୍ଷରୁ ୧ କୋଟି ୪୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏହି ସଭାରେ ରାଜୀବ ଲୋଚନ ଖଟୁଆଙ୍କ ସମେତ ୩ ଜଣ ସଫଳ ଦୁଗ୍ଧ ଚାଷି ଙ୍କୁ ସମ୍ଭର୍ଦ୍ଧିତ କରାଯାଇ ଥିଲା ଓ ଓମଫେଡର ଏକ ମୁଖପତ୍ରକୁ ଉନ୍ମୋଚନ କରାଯାଇଥିଲା ।

ସେଠାରୁ ଆସି ଶ୍ରୀ ତ୍ରୀପାଠୀ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକଠାରେ ଆମର ଓମଫେଡ ପାର୍ଲକୁ ଉଦଘାଟନ କରିଥିଲେ । ପରେ ଦୁଲଦୁଲୀ କଳାପରିଷଦ ର ଲୋକକଳା ଉତ୍ସବରେ ଯୋଗଦେଇଥିଲେ । ୨୮ ତାରିଖରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର କୁଳପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କଲାପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ସବୁ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନୀତିନ କୁସଲକର ଡାଗଡୁ, ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗର ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ବିଭାଗ ଅଧିକାରୀ ସନ୍ତୋଷ ପଣ୍ଡା, ଓମଫେଡର ସାଧାରଣ ପରିଚାଳକ ଡ.ସରୋଜକୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।