ଆଇପିଏଲ ୨୦୨୨ରେ ଧୂଆଁଧାର ବ୍ୟାଟିଂ କରୁଥିବା ବଟଲରଙ୍କ ନାଁରେ ଅଲୋଡା ରେକର୍ଡ

0
160
ଆଇପିଏଲ ୨୦୨୨ରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୧/୦୫) : ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ ଜୋସ୍ ବଟଲର ଆଇପିଏଲ ୨୦୨୨ରେ ନିଜର ଜଲଓ୍ଵା ଜାରି ରଖିଛନ୍ତି । ତେବେ ମୁମ୍ବାଇ ବିପକ୍ଷ ଆଇପିଏଲ ର ୪୪ତମ ମୁକାବିଲାରେ ବଟଲର ନିଜ ନାମରେ ଏକ ଅଲୋଡା ରେକର୍ଡ କରିଛନ୍ତି ।

ବଟଲର ଆଇପିଏଲ ର ୧୫ତମ ସଂସ୍କରଣରେ ପ୍ରଥମ ଖେଳାଳି ଭାବେ ୫୦୦ ରନ କରିଛନ୍ତି । ମାତ୍ର ଏହି ମ୍ୟାଚରେ ସେ ଆଇପିଏଲ ୨୦୨୨ରେ ସବୁଠୁ ଧିମା ଅର୍ଦ୍ଧଶତକ ହାସଲ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ତାଙ୍କୁ ରନ ପାଇଁ ସଂଘର୍ଷ କରିବାକୁ ପଡିଛି ।

ଆଇପିଏଲ ୨୦୨୨ ରେ ନିଜର ନବମ ମ୍ୟାଚରେ ଜୋସ୍ ବଟଲର ୫୨ ବଲରୁ ୫ ଚୌକା ଏବଂ ୪ ଛକା ସହ ୬୭ ରନ ର ଇନିଂସ ଖେଳିଛନ୍ତି । ତେବେ ସେ ୪୮ ବଲରୁ ହିଁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆଇପିଏଲ ୨୦୨୨ ରେ ଏତେ ଅଧିକ ବଲରେ କୌଣସି ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ନଥିଲେ । ବଟଲରଙ୍କ ପୂର୍ବରୁ ଚଳିତ ସିଜିନରେ ସବୁଠୁ ଅଧିକ ବଲରେ ଅର୍ଦ୍ଧଶତକ ହାସଲ କରିବାର ଅଲୋଡା ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା । ସେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୪୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ।

ଜୋସ୍ ବଟଲର ଆଇପିଏଲ ୨୦୨୨ ରେ ୯ଟି ମ୍ୟାଚରେ ୩ ଶତକ ଏବଂ ୩ ଅର୍ଦ୍ଧଶତକ ସହ ୫୬୬ ରନ କରିବା ସହ ଅରେଞ୍ଜ କ୍ୟାପର ଅଧିକାରୀ । ତେବେ ବଟଲରଙ୍କ ଏହି ଇନିଂସ ଦମରେ ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି । ସେ ଲଗାତାର ଦଳ ପାଇଁ ମ୍ୟାଚ୍ ବିଜୟୀ ଇନିଂସ ଖେଳି ଚାଲିଛନ୍ତି ।