ବୌଦ୍ଧ NAC ର ପ୍ରତି ୱାର୍ଡରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ

0
137
ବୌଦ୍ଧ NAC

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୩/୦୫) : ବୌଦ୍ଧ ଜିଲ୍ଲା NAC ର ପ୍ରତି ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆଜି କାର୍ଯ୍ୟାଦେଶ ଜାରି ହୋଇଛି ।WhatsApp Image 2022 05 23 at 8.51.30 PM ବୌଦ୍ଧ NAC ର ପ୍ରତି ୱାର୍ଡରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ବୌଦ୍ଧ NAC ର ୧୩ ଗୋଟି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରତି ୱାର୍ଡ ର ପ୍ରତି ଗୋଷ୍ଠୀ ରୁ ୧୦ ଜଣ ଲେଖାଏଁ ସଭ୍ୟା ଙ୍କୁ ନେଇ ନଗର ପାଳ ଙ୍କ ଉପସ୍ଥିତ ରେ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଏହି ୧୩ ଗୋଟି ୱାର୍ଡ ରେ ୧୩ ଗୋଟି ମିଶନଶକ୍ତି ଗୃହ ନିର୍ମାଣ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନଗରପାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ଗୋଷ୍ଠି ସଂଗଠିକା ସୁପର୍ଣ୍ଣା ମହାନ୍ତି, ଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।