ଜୀବନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ ର କଳାକାରଙ୍କ ଦ୍ଵାରା ମର୍ମସ୍ପର୍ଶୀ ଭଜନ ସନ୍ଧ୍ୟା

0
146
ଜୀବନ ଦୃଷ୍ଟିହୀନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ନବରଙ୍ଗପୁର, (୦୪/୦୬) : ଜୀବନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ ର କଳାକାରଙ୍କ ଦ୍ଵାରା ମର୍ମସ୍ପର୍ଶୀ ଭଜନ ସନ୍ଧ୍ୟା ପରିବେଷଣ କରାଯାଇଛି । ଭଗବାନଙ୍କ ସୃଷ୍ଟି ଵଡ ବିଚିତ୍ର । ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ମଣିଷ ଟିଏ ତା’ ନିଜ ପାଇଁ ସମୟ ଦେଇ ପାରୁନଥିବା ବେଳେ ଦିଵ୍ୟାଙ୍ଗ ମାନଙ୍କୁ ପଚାରେ କିଏ ?WhatsApp Image 2022 06 04 at 6.58.32 AM ଜୀବନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ ର କଳାକାରଙ୍କ ଦ୍ଵାରା ମର୍ମସ୍ପର୍ଶୀ ଭଜନ ସନ୍ଧ୍ୟା

କିନ୍ତୁ ସେଇ ଅଲୋଡା ଅବହେଳିତ ଦିବ୍ୟାଙ୍ଗ ମାନେ ଯେ ସାଧାରଣ ମଣିଷଙ୍କ ଠାରୁ କେଉଁ ଗୁଣରେ କମ୍ ନୁହଁନ୍ତି ତାହା ଏହି ଜୀବନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ ର ଦୃଷ୍ଟିହୀନ କଳାକାରଙ୍କ ଦ୍ଵାରା ଭଜନ ସନ୍ଧ୍ୟାରେ ସ୍ପଷ୍ଟ ଵାରି ହୋଇପଡୁଛି । ମାନବ ସେବା ହିଁ ମାଧବ ସେବା ର ବ୍ରତ ନେଇ ଏହି ଦୃଷ୍ଟିହୀନ କଳାକାର ମାନେ ସଙ୍ଗିତକୁ ମାଧ୍ୟମ କରି ନିଜ ଜୀଵନ ରଥ ଗଡାଇ ଚାଲିଛନ୍ତି ।

ଖାଲି ଜଗତ ର ନାଥ ଜଗନ୍ନାଥ, କୋଟି କୈବଲ୍ୟ ନାଥଙ୍କ ନିକଟରେ ଏତିକି ଅଳି ” ଆଖିତ ନେଇଛୁ , ମୋର ସର୍ଵଶ୍ଵ ନେ ହେଲେ ତୋ ପାଦତଳେ ମୋତେ ଶରଣ ଦେ ” । ଵଳିଆର ଭୁଜ, ଜଗତ ର ନାଥ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୃଷ୍ଟିହୀନ କଳାକାର ମାନଙ୍କ ଏଭଳି ଅଭିମାନ, ଏଭଳି ଅଳି ଶୁଣି ଉପସ୍ଥିତ ଶ୍ରୋତା ମଣ୍ଡଳୀ ଭାଵ ଵିଭୋର ହୋଇପଡ଼ିଥିଲେ ।

ସୁଦୁର ନବରଙ୍ଗପୁର ଜିଲ୍ଲା ର ଗରୁଡଗୁଡା ଗ୍ରାମ ର ଏହି ଦୃଷ୍ଟିହୀନ କଳାକାର ମାନେ ଗାଁ ଗାଁ ବୁଲି ଭଜନ ଖାଇଥାନ୍ତି । ଶ୍ରୋତା ମାନଙ୍କ ଦାନରେ ନିଜର ଭରଣ ପୋଷଣ କରନ୍ତି । ତଥାପି ମନରେ ଟିକିଏଵି ଅବଶୋଷ ନାହିଁ । ଏହି ଦୃଷ୍ଟିହୀନ କଳାକାରଙ୍କ କହିବା ମୁତାବକ, ବେଳେ ବେଳେ ମନେହୁଏ ପ୍ରଭୁଙ୍କ ଏହି ସୁନ୍ଦର ସର୍ଜନାକୁ ଥରେ ମନଭରି ଦେଖିବାକୁ କିନ୍ତୁ ପୁଣି ଭୟ ଲାଗେ ଏହି ସ୍ୱାର୍ଥପର ମଣିଷ ର ଵର୍ଵରତାକୁ ।

ଏହି ଦୃଷ୍ଟିହୀନ କଳାକାରଙ୍କ ମଧ୍ୟରୁ ଗୋବିନ୍ଦ ଜେନା କେସିଓ ବାଦନ ସହ ସୁମଧୁର ଗିତ ପରିବେଷଣ କରନ୍ତି, ପ୍ରୀତମ ପାତ୍ର (ପେଡ୍) , ବିଶ୍ୱମ୍ବର (ତବଲା), ଚାଣ୍ଟି, ଲିପୁଜେନା, ଭିମ ପ୍ରମୁଖ ଭିନ୍ନଭିନ୍ନ ବାଦ୍ୟଯନ୍ତ୍ର ବଜାଇଥାନ୍ତି । ନେତ୍ରହୀନା ଲକ୍ଷ୍ମୀ ସେଠୀ ସୁନ୍ଦର ଭଜନ ଖାଇବାରେ ପାରଙ୍ଗମ । ସୂର୍ଯ୍ୟ ରାଉତ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଯୋଗେଶ୍ଵର ଦୋରା (ସାଉଣ୍ଡ) ଓ ବଣ୍ଟି ଦାସ ଡ୍ରାଇଭର ଭାବେ ଏହି ଦୃଷ୍ଟିହୀନ କଳାକାର ମାନଙ୍କ ପଥ ପ୍ରଦର୍ଶକ ସାଜିଛନ୍ତି ।

ଖାଲି ଭାବର ଠାକୁର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ମିନତି ଶ୍ରୋତା ମାନଙ୍କ ଅନୁରୋଧ କ୍ରମେ ଭଗବାନଙ୍କ ଭଜନ ଗାଇ ଗାଇ ଏ ପ୍ରାଣ ଵାୟୁ ଚାଲିଯାଉ । ତେବେ ଏହି ଦୃଷ୍ଟିହୀନ କଳାକାରଙ୍କ ପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।