ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମ

0
123
ଜିଲ୍ଲାରେ ପ୍ରତିଭାବାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୪/୬) : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଜ୍ୟରେ ଖେଳ ଓ ଖେଳାଳୀ ତଥା କ୍ରୀଡା ଭିତ୍ତିଭୂମି କୁ ଗୁରୁତ୍ୱ ପ୍ରଦାନ ପୂର୍ବକ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି l ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l

ରାଜ୍ୟ ର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭା ସମ୍ପନ୍ନ ଖେଳପ୍ରେମୀ ଯୁବକ ଯୁବତୀ କୁ ଭବିଷ୍ୟତ ରେ ଏକ ପ୍ରଶସ୍ତ ମାର୍ଗ ଦେବା ସହ ସଫଳ ଖେଳାଳୀ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲାରେ ପ୍ରତିଭାବାନ ଖେଳାଳୀ ତଥା କ୍ରୀଡାବିତ ଙ୍କୁ ଚି଼ହ୍ନଟ ନିମନ୍ତେ ବିଭାଗ ର ପ୍ରଚେଷ୍ଟାରେ ଚି଼ହ୍ନଟ ଶିବିର ତଥା ଖେଳ ଆନୁସଙ୍ଗିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ତା ୩/୬/୨୨ ରିଖରେ ସୁବର୍ଣ୍ଣପୁର ଜିଲ୍ଲା ର ପ୍ରତିଭା ସମ୍ପନ୍ନ ହକି ଖେଳାଳୀ ଚି଼ହ୍ନଟ ନିମନ୍ତେ ଜିଲ୍ଲା ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣାପାଲି ଓ ସଦରମହକୁମା ସ୍ଥିତ ଗାନ୍ଧୀ ପଡିଆ ଠାରେ ହକି ଖେଳାଳୀ ଚି଼ହ୍ନଟ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ଓଡିଶା ନୋଭାଲ ଟାଟା ହକି ର ତୃଣମୂଳ ସ୍ତରୀୟ ଖେଳ ସଂଯୋଜକ ଶେଖର ଚନ୍ଦ୍ର ବେହେରା, ଜିଲ୍ଲା ପରିଦର୍ଶନରେ ଆସି ଦକ୍ଷିଣାପାଲି ଖେଳ ପଡିଆ ଓ ସୋନପୁର ଗାନ୍ଧୀ ପଡିଆ ଠାରେ ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭଗ ତରଫରୁ ଆୟୋଜିତ ଯୁବକ ଯୁବତୀ ତଥା ମୋ ସ୍କୁଲ ହକି କ୍ଳବ ର ଛାତ୍ର ଛାତ୍ରୀ ଙ୍କୁ ନେଇ କରାଯାଇଥିବା ହକି ଖେଳ କୁ ପରିଦର୍ଶନ କରିବା ସହିତ ପ୍ରତିଭାବାନ ହକି ଖେଳାଳୀ ଙ୍କୁ ଚି଼ହ୍ନଟ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି l

ଜିଲ୍ଲା କ୍ରୀଡା ଓ ଯୁବ ସେବା ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଭାବାନ ହକି ଖେଳାଳୀ ଚି଼ହ୍ନଟ କାର୍ଯ୍ୟକ୍ରମରେ, ସିଣ୍ଡୋଲ ସରପଞ୍ଚ ପ୍ରଦୀପ ଦେହୁରୀ, ହକି କୋଚ ମାର୍କୋସ ଟପ୍ପନୋ, ହକି କୋଚ କୁଲଦୀପ ମିଞ୍ଜ, ଖେଳ ଶିକ୍ଷକ ମହମ୍ମଦ କଲିମ, ପି ଇ ଟି ରଘୁନାଥ ଥନାପତି, ଖେଳ ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ବାରିକ, ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ ତଥା ଅଞ୍ଚଳ ର ଖେଳ ପ୍ରେମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତ ସହଯୋଗ କରିଥିଲେ l

ଖେଳାଳୀ ଚି଼ହ୍ନଟ ନିମନ୍ତେ ଆୟୋଜିତ ହକି ଖେଳରେ ଦକ୍ଷିଣାପାଲି ତଥା ଜିଲ୍ଲାର ହକି ଖେଳରେ ରୁଚି ଥିବା ଯୁବକ ଯୁବତୀ ଓ ମହାରାଜା ଉଚ୍ଚବିଦ୍ୟାଳୟ ସୋନପୁର ର ମୋ ସ୍କୁଲ ହକି କ୍ଳବ ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l