ଅଂଶୁଘାତ ର ଶିକାର ହୋଇ ଜଣେ ଅପରିଚିତ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ

0
250
ଅଂଶୁଘାତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୦୮/୦୬) : ଟିଟିଲାଗଡ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଅଂଶୁଘାତ ର ଶିକାର ହୋଇ ଜଣେ ଅପରିଚିତ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ଗତ ତିନି ଦିନ ତଳେ ଗୁରୁତର ଅବସ୍ଥାରେ ଥିବା ଦେଖି ଦୁଇ ଜଣ ଯୁବକ ଡାକ୍ତର ଖାନା କୁ ଆଣି ଛାଡ଼ି ଚାଲିଯାଇଥିଲେ । ଉକ୍ତ ଯୁବକ ଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ଯୋଗୁଁ ସେ ତାଙ୍କ ପରିଚୟ ସଠିକ ଭାବେ ପ୍ରକାଶ କରି ପାରୁ ନ ଥିଲେ ।

ଗତ ତା ୦୫ ତାରିଖ ରେ ନିଜକୁ ଅଟୋ ଡ୍ରାଇଭର କହି ଉକ୍ତ ଦୁଇ ଯୁବକ ପରିଚୟ ଦେଇ ମୃତକ ଙ୍କୁ ଭର୍ତ୍ତି କରି ଚାଲିଯାଇଥିଲେ । ଉକ୍ତ ୫ ତାରିଖ ଦିନରୁ ଅଂଶୁଘାତ କକ୍ଷ ର ୩ ନଂ ଶଯ୍ୟାରେ ତାଙ୍କୁ ରଖି ଚିକିତ୍ସା ଜାରି ରଖାଯାଇଥିବା ବେଳେ ହଠାତ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ ୬ ଟା ୩୦ ମିନିଟ ରେ ତାଙ୍କ ଶୋଚନୀୟ ମୃତୁ ଘଟିଛି । ଡ଼ଃ ଓଁକାର ହୋତା ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପରିଚିତ ମିଳିପାରିନାହିଁ । ଏପରି କି ଉକ୍ତ ଦୁଇ ଜଣ ଯେଉଁମାନେ କି ଡାକ୍ତର ଖାନା ପହଞ୍ଚାଇ ଥିଲେ କିଛି ସୂଚନା ମଧ୍ୟ ମିଳି ପାରିନି ।

ଉକ୍ତ ମୃତ ଦେହ ସ୍ଥାନୀୟ ଡାକ୍ତରଖାନାରେ ଥିବା ବେଳେ ସରକାରୀ ଭାବେ ୯୦ ଘଣ୍ଟା ପର୍ଯ୍ୟନ୍ତ ରଖାଯିବା ପରେ ଯଦି କେହି ପରିବାର ଲୋକେ ନ ଆସନ୍ତି ତେବେ ସଂସ୍କାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ସ୍ୱେଚ୍ଛାସେବୀ ମାନେ ଯଥା ଲାୟନ୍ସ କ୍ଲବ ପ୍ରତିନିଧି ମହମ୍ମଦ ସାହିଲ ଓ ଜନସେବା ସଙ୍ଘ ସଭାପତି ଏ ନେଇ ସବ ସଂସ୍କାର ନିମନ୍ତେ ପୋଲିସ କୁ ସୂଚନା ଦେଇଥିବା ଜଣାଯାଇଛି ।

ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ଓ ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ସବ ହସ୍ତାନ୍ତର କରିବା ପ୍ରକାଶ କରିଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ ଉକ୍ତ ଅଜଣା ବ୍ୟକ୍ତି ଙ୍କ ଶବ ବ୍ୟବଚ୍ଛେଦ ପରେ ଅଂଶୁଘାତ ରେ ମୃତ୍ୟୁ ହୋଇଛି ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ଉକ୍ତ ଅଂଶୁଘାତ କକ୍ଷରେ ଆଉ ଚାରି ଅଂଶୁଘାତରେ ଅକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।

ପରିତାପ ର ବିଷୟ ଏହା ଯେ, ଏହି ଡାକ୍ତରଖାନାରେ ମାତ୍ର ଗୋଟିଏ ସବ ସଂରକ୍ଷଣ ଫ୍ରିଜର ରହିଛି ଓ ସେଥିରେ ଆଉ ଜଣେ ଅନୁରୂପ ମୃତକ ଙ୍କୁ ରଖାଯାଇ ଥିବା ବେଳେ ବର୍ତ୍ତମାନ ୯୦ ଘଣ୍ଟା ପର୍ଯ୍ୟନ୍ତ ଆଉ ଜଣଙ୍କୁ କିପରି ରଖାଯିବ ତାହା ଚିନ୍ତା ର ବିଷୟ ପାଲଟିଛି । କାରଣ ଶବ ବିନା ଫ୍ରିଜର ରେ ନଷ୍ଟ ହୋଇଯିବ । ପ୍ରକାଶ ଯେ ଗତ କାଲି ସିନ୍ଧେକେଲା ଅଞ୍ଚଳ ରୁ ଜଣେ ଗୁରୁତର ପ୍ରସୂତୀ ମହିଳା ଆସିଥିବା ଓ ତା’ର ରକ୍ତ ର ପରିମାଣ ମାତ୍ର ୩℅ ଭାଗ ରହିଥିଲା । ହେଲେ ଏହି ଡାକ୍ତର ଖାନା ରେ ଆଇସିୟୁ ବ୍ୟବସ୍ଥା ନ ଥିବାରୁ ଡ଼ଃ ବଳରାମ ସାହୁ ତାଙ୍କୁ ରକ୍ତ ବ୍ୟବସ୍ଥା କରେଇ ବଲାଙ୍ଗୀର ମ୍ୟାଡିକାଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରିଥିଲେ ।

ଅଞ୍ଚଳରେ ଏହି ମୁଖ୍ୟ ଡାକ୍ତର ଖାନା ର ପଦ ପଦବୀ ସହ ଆବଶ୍ୟକ ଜରୁରୀ ସୁବିଧା ସୁଯୋଗ ନ ଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗ କରିବା ସହ ଅକାଳ ମୃତ୍ୟୁ ର ଶିକାର ହେବା ଦେଖାଯାଉଛି । ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ନିଜେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା କୁ ସ୍ୱେଚ୍ଛାସେବୀ ମହଲରେ ଦୃଢ଼ ଦାବି ହେଉଛି ।