ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୧୫/୦୬) : ବିଷମକଟକ ବ୍ଲକ କୁ ସୁନ୍ଦରଗଡ ଜିଲ୍ଲା ଡ଼ିପିଏମ ସୁନୀଲ ଟପୋ ଙ୍କ ନେତୃତ୍ୱରେ ଏକ ୧୫ ଜଣ ବିଶିଷ୍ଟ ଟିମ ଆନ୍ତଃ ଜିଲ୍ଲା ସ୍ତରୀୟ କ୍ଷେତ୍ର ପ୍ରଦର୍ଶନ ଭ୍ରମଣରେ ଆସିଥିଲେ ।
ପ୍ରଥମେ ମୁନିଗୁଡା ଅଞ୍ଚଳ ର ଶିବପଦର, ଜଗଦଲପୁର ଯାଇ ସେଠାରେ ଉନ୍ନତ ପ୍ରଣାଳୀରେ ଛେଳି ଘର, ପନିପରିବା ଚାଷ ବୁଲି ଦେଖିବା ସହ ଆଗୁଆ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଆନ୍ତଃ ଜିଲ୍ଲା ସ୍ତରୀୟ କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀ ମାନେ ଚାଷ କୌଶଳ ବୁଝାଇବା ସହ ହର୍ଷ ଟ୍ରଷ୍ଟ ସହଯୋଗରେ ସେମାନେ କିପରି ସେମାନଙ୍କର ଆୟ ବୃଦ୍ଧି ହେଉଛି ଜଣାଇଥିଲେ ।
ପରବର୍ତ୍ତୀ ସମୟରେ ଉକ୍ତ ଟିମ ବିଷମକଟକ ବ୍ଲକ ର ମ।ଳିଶିରିପୂର, ପରଡିଗୁଡ଼ା ଅଞ୍ଚଳ ବୁଲି ଦେଖିବା ସହ ଟ୍ରେଲି ମାଧ୍ୟମରେ ପୋଟଳ, କୁନ୍ଦୁରୀ, କାକୁଡି ଓ ଲତାଜାତୀୟ ଫସଲ କିପରି ସୁନ୍ଦର କୌଶଳରେ ଚାଷ ହୋଇପାରୁଛି ତାହା ଜାଣିବାକୁ ପାଇଲେ । ପରଡିଗୁଡା ଗ୍ରାମ ଠାରେ ମଞ୍ଚ ଥିବା ଛେଳି ଘର ଓ ସୌରତାର ବାଡ ୟୁନିଟ ବୁଲି ଦେଖିବା ସହ ସେମାନଙ୍କ ଅଞ୍ଚଳରେ ଏହାର ବ୍ୟବହାର କରିବା ଲାଗି ମତ ପ୍ରକାଶ କରିଥିଲେ ।
ଈତି ମଧ୍ୟରେ ଟିମର ସଦସ୍ୟ ମାନେ ଉପସ୍ଥିତ ଉତ୍ପାଦକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ସହିତ ଚାଷବାସ, ବିକ୍ରିବଟା, ଗୃହପାଳିତ ପଶୁପକ୍ଷୀଙ୍କ ଟୀକାକରଣ ତଥା ଆନୁଷଙ୍ଗିକ କୃଷି ଉପରେ ପଚାରି ବୁଝିଥିଲେ । ଉକ୍ତ ଟିମରେ ଆସିଥିବା ପ୍ରାଣୀମିତ୍ର ମାନେ ସେମାନଙ୍କର ଅଭିଜ୍ଞତା ସଦସ୍ୟା ମାନଙ୍କ ସହ ବିନିମୟ କରିଥିଲେ । ବିଶେଷ କରି ଯେଉଁ ସବୁ ନୂଆ ମଡେଲ ହର୍ଷ ଟ୍ରଷ୍ଟ ଦ୍ଵାରା ବିଷମକଟକ ଅଞ୍ଚଳରେ ଗ୍ରହଣ କରାଯାଇଛି ସେହି ସବୁ ମଡେଲ ଗୁଡିକୁ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ କରିବା ପାଇଁ ମତ ପ୍ରକାଶ କରିଥିଲେ ।
ଓଡିଶା ଜୀବିକା ମିଶନ ତରଫରୁ ସଭାରେ ଉପସ୍ଥିତ ଥିବା ଏମ.ବି.କେ. ଅମ୍ବିକା ରଣା ସଦସ୍ୟା ମାନଙ୍କର ଆୟ ବୃଦ୍ଧି କ୍ଷେତ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ ର ଭୂମିକା ଉପରେ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ହର୍ଷ ଟ୍ରଷ୍ଟ ର ଟିମ ଲିଡର ଶିବ ପ୍ରସାଦ ସାହୁ ପରିଚାଳନା କରିବା ସହିତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ଟିମରେ ପ୍ରସନ୍ନ କୁମାର ମୋଦୀ, ମୁନିଗୁଡା ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତଥା ଅନ୍ୟ ମାନ୍ୟଗଣ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଅପରାହ୍ନ ସମୟରେ ସମବାୟ ମାଧ୍ୟମରେ କୁକୁଡା ଚାଷରୁ କିପରି ଆର୍ଥିକ ଉନ୍ନତି ହୋଇପାରିବ ସେହି ବିଷୟରେ ରଘୁନାଥ ଆଚାରୀ ବିବରଣୀ ପ୍ରଦାନ କରିବା ସହ ହ।ଚେରି ୟୁନିଟ ଓ ଫାର୍ମ ବୁଲାଇ ଦେଖାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ହର୍ଷ ଟ୍ରଷ୍ଟ ତରଫରୁ ଚିରଞ୍ଜିବୀ ପ୍ରଧାନ, ଶ୍ରୀନ।ଥ କ।ଣ୍ଡ।ମ।କା, ସେବିଲି ଭୁବନ, ରାଜେଶ ଉର୍ଲାକା, ଜୀବନ କନ୍ଧପାଣି ଆଦି ସହଯୋଗ କରିଥିଲେ ।