ବେଆଇନ ବାଲି ଚାଲାଣ ନେଇ ୭ କୋଟି ଟଙ୍କା ର ଫାଇନ : ଫାଇନ ଆଦାୟ ରାଶି ଗଲା କୁଆଡେ ?

0
241
ବେଆଇନ ବାଲି ଚାଲାଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୧୪/୦୬) : ଟିଟିଲାଗଡ ତହସିଲ ଅଞ୍ଚଳରୁ ବିଗତ ଦିନରେ ଚୋରାରେ ବ୍ୟାପକ ବେଆଇନ ବାଲି ଚାଲାଣ କରିଆସୁ ଥିବା ଆର୍ଡିଏସ ଟ୍ରାନ୍ସପୋର୍ଟ ନାମକ କମ୍ପାନୀ ର ଦୁଇଟି ହାଇବା ଗାଡି ଧରପଗଡ଼ କରି ସାତ କୋଟି ଟଙ୍କା ର ରୋୟାଲଟି ବା ଜୋରିମାନା ଧାର୍ଯ୍ୟ କରାଯାଇଥିଲା ।

ଟିଟିଲାଗଡ ତହସିଲଦାର ବେଆଇନ ବାଲି ଚାଲାଣ ନେଇ ଏହି ରୋୟାଲଟି ଟଙ୍କା ଆଦାୟ ନ କରି ସଲାସୁତୁରା ନୀତି କରି ହଡପ କରିଥିବା ଯୁବ ସ୍ୱେଚ୍ଛାସେବୀ ସଙ୍ଘ ଅଭିଯୋଗ କରି ଘଟଣା ର ତଦନ୍ତ ପାଇଁ ଲିଖିତ ଦାବି ପତ୍ର ମାନ ପ୍ରେରଣ କରିଛି । ପ୍ରକାଶ ଯେ, ଏହି ତହସିଲ ଅଞ୍ଚଳ ରୁ ନିୟମିତ ବଡ଼ ବଡ଼ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକ ରୁ ତଥା ନାମୀ ଦାମୀ ବ୍ୟବସାୟୀ ଙ୍କ ସହ ଟିଟିଲାଗଡ ତହସିଲଦାର ସଲା ସୁତୁରା ନୀତି କରି ବେଆଇନ ବାଲି ତଥା ଅନ୍ୟ ସାମଗ୍ରୀ ଚାଲାଣ ହୋଇ ଆସୁଛି ।

ଏପରି କି ତେଲ ନଦୀ ରୁ ନିୟମିତ ବାଲି ତୁମୁଡିବନ୍ଧ ତଥା ଦୂର ଦୁରାନ୍ତ କୁ ନିୟମିତ ଚାଲାଣ ହୋଇ ଆସୁଛି । ଉକ୍ତ ଗାଡି ଗୁଡ଼ିକରେ ବିନା ରୋୟାଲଟିରେ ବେଆଇନ ଭାବେ ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ସେ ନେଇ କୌଣସି ପଦକ୍ଷେପ ତହସିଲଦାର ନ ନେଇ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ତହସିଲଦାର କେବଳ କିଛି ଟ୍ରାକ୍ଟର ଗୁଡିକ ଉପରେ ପଦକ୍ଷେପ ନେଇ ମିଥ୍ୟା ବାହା ବାଃ ନେବା ଦେଖାଯାଉଛି । ସେହିପରି ତହସିଲଦାର ବିନା କାରଣ ରେ ନା ନା ଆଳରେ ଟ୍ରାକ୍ଟର ଗୁଡିକ ରୁ ହଜାର ହଜାର ଟଙ୍କା ରୋୟାଲଟି ଆଦାୟ କରୁଥିବା ନେଇ ଅସନ୍ତୋଷ ଦେଖା ଦେଇଛି ।

ପ୍ରକାଶ ଯେ, ମନୋଜ ଗୋଲ ନାମକ ଜଣେ ବ୍ୟବସାୟୀ, ବଙ୍ଗୋମୁଣ୍ଡା ଅଞ୍ଚଳ ର ଅଗ୍ରୱାଲ ଟ୍ରେଡ଼ର୍ଶ, ଟିଟିଲାଗଡ ର ଆର୍ଡିଏସଏସ, ଏଆରଏସଏସ ପରି ପ୍ରତିଷ୍ଠାନ ଉପରେ କୌଣସି ପଦକ୍ଷେପ ନ ନେବା କାରଣ କ’ଣ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ତହସିଲଦାର ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହୋଇ ଆସୁଛି ।