ଯୋଗ ଓ ପ୍ରାଣାୟାମ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ – ଜିଲ୍ଲାପାଳ

0
160
ଯୋଗ ଓ ପ୍ରାଣାୟାମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୬) : ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲାପାଳ ଯୋଗ ଓ ପ୍ରାଣାୟାମ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି l

ସନ୍ଥ ଭୀମ ଭୋଇ ସେବା ଶ୍ରମ ଓ ଯୋଗ ମହୋତ୍ସବ ସମିତି ର ମିଳିତ ସହଯୋଗରେ ଆୟୋଜିତ ଜିଲ୍ଲା ପ୍ରଶାସନ ର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିୟମିତ ଯୋଗ ଓ ପ୍ରାଣାୟାମ ପ୍ରତ୍ୟେକଙ୍କ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି l

ଶିବିରରେ ଜିଲ୍ଲାପାଳ ନିଜେ ଯୋଗାଭ୍ୟାସ କରି ଆମେ ସମସ୍ତେ ଶରୀର କୁ ଫିଟନେସ ରଖିବା ସହିତ ଆମ ମନ କୁ ପ୍ରଥମେ ସ୍ଥିର ରଖିବା କୁ ପଡିବ, ଆଉ ସେଥିପାଇଁ ଆମକୁ ନିୟମିତ ଭାବେ କିଛି ସମୟ ଯୋଗାଭ୍ୟାସ କରିବାକୁ ହେବ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ, ସହର ର ବୁଦ୍ଧିଜୀବୀ, ସରକାରୀ କର୍ମଚାରୀ ଓ ବିଭିନ୍ନ ଯୋଗ ସଙ୍ଗଠନ, ସ୍ୱେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟକର୍ତ୍ତା ଙ୍କୁ ଉଦବୋଧନ ଦେଇ କହିଥିଲେ l

ସନ୍ଥ ଭୀମ ଭୋଇ ଟ୍ରଷ୍ଟ ଓ ଯୋଗ ମହୋତ୍ସବ ସମିତି ଓ ଯୋଗାଳୟ ର ରଶ୍ମି ରଞ୍ଜନ ଦାଶ, ଜୟଦ୍ରଥ ଜଗଦଲା, ସଞ୍ଜୟ ମହାପାତ୍ର, ହରିହର ଶତପଥୀ, ମନୋଜ ପଣ୍ଡା, ନିରଞ୍ଜନ ତ୍ରିପାଠୀ, କାନ୍ହୁ ଚରଣ ସାହୁ, ପ୍ରମୁଖ ଙ୍କ ସମେତ ସ୍ୱଚ୍ଛ ଭାରତ ସଙ୍ଗଠନ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପତଞ୍ଜଳି ଯୁବା ଭାରତ, ସୋନପୁର କଲେଜ ଏନସିସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲା ଓ କ୍ୟାଡେଟ ଓ ଦୟାନନ୍ଦ ସ୍କୁଲ କର୍ମକର୍ତ୍ତା ସହଯୋଗ କରିଥିଲେ l

ଆର ଏସ ଏସ ର କର୍ମକର୍ତ୍ତାଙ୍କ ତତ୍ୱାବଧାନରେ ସହର ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ l ଆର ଏସ ଏସ ର ବିଭାଗ ବୌଦ୍ଧିକ ପ୍ରମୁଖ ତଥା ଯୋଗ ପ୍ରଶିକ୍ଷକ ଡକ୍ଟର ଦୀଲ୍ଲିପ ତ୍ରୀପାଠୀ ଙ୍କ ଯୋଗମୁଦ୍ରା ର ତାଳେ ତାଳେ ସଭିଏଁ ଯୋଗାସନ ଓ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ । ତେବେ ଦିନକୁ ଦିନ ଯୋଗ ର ପରିସର ବ୍ୟାପକ ହେଉଥିବା ବେଳେ ଆଜି ସହରରେ ଶ୍ରୀ ଗୋପାଳଜୀ ଯୋଗାଳୟ, ଜିଲ୍ଲା ଫୌଜଦାରୀ ଓ ଦେୱାନୀ ଅଦାଲତ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ବାଲାଜୀ ମନ୍ଦିର ପରିସର ଓ ରାମଜୀ ମନ୍ଦିର ପରିସର ସମେତ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଯୋଗ ଦିବସକୁ ବେଶ ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳନ କରାଯାଇଛି l

ନିଜକୁ ସୁସ୍ଥ ରଖିବାକୁ ପ୍ରତ୍ୟହ ଯୋଗାସନ କରିବା ପାଇଁ ସୁବର୍ଣ୍ଣପୁର ପି -ଡି ଡି -ଆର ଡି ଏ ନିହାର ରଞ୍ଜନ କଅଁର ଓ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ପ୍ରମୁଖ ମଞ୍ଚାସିନ ଅତିଥି ନିଜ ନିଜସ୍ୱ ମତ ରଖିଥିଲେ l କାର୍ଯ୍ୟକ୍ରମ କୁ ଗ୍ରନ୍ଥାଗାରିକ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ l