ଜିଲ୍ଲା ପରିଷଦ ର ପ୍ରଥମ ବୈଠକ ଅନୁଷ୍ଠିତ

0
165
ଜିଲ୍ଲା ପରିଷଦ ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୬) : ସୁବର୍ଣ୍ଣପୁର ଜିଲ୍ଲାର ନବ ଗଠିତ ଜିଲ୍ଲା ପରିଷଦ ର ପ୍ରଥମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ଜିଲ୍ଲା ପରିଷଦ ର ପ୍ରଥମ ବୈଠକରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ-ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିହାର ରଞ୍ଜନ କଁହର, ମାନ୍ୟବର ଲୋକସଭା ସାଂସଦ ବଲାଙ୍ଗୀର ଙ୍କ ପ୍ରତିନିଧି ଶରତ ଶତପଥୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ସମସ୍ତ ବ୍ଲକ୍‌ ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସୁବର୍ଣ୍ଣପୁର ନିହାର ରଞ୍ଜନ କଁହର ନବ ଗଠିତ ପରିଷଦ ର ସମସ୍ତ ନବ ନିର୍ବାଚିତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଙ୍କୁ ପ୍ରଥମ ବୈଠକରେ ସ୍ୱାଗତ କରିବା ସହ ପ୍ରଶାସନ ତରଫରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀମତୀ ନରୱଣେ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରି ବୈଠକ ର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଜିଲ୍ଲାର ବାଲ୍ୟ ବିବାହ କୁ ରୋକିବା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ପୁନଶ୍ଚ ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ଝିଅ ଙ୍କୁ ପୁନର୍ବାର ସ୍କୁଲ କୁ ଫେରାଇ ଆଣିବାକୁ ସମସ୍ତେ ସହଯୋଗ କରିବାକୁ କହିଥିଲେ l

ଜିଲ୍ଲା ର 5T ସ୍କୁଲ ଗୁଡିକର ଶିକ୍ଷା ଭିତ୍ତିଭୂମିକୁ ଆହୁରି ସୁଦୃଢ ଓ ବିକଶିତ କରିବା ଉପରେ ଗୁରୁତ୍ୱ ଦେଇ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ କରିଛନ୍ତି ଜିଲ୍ଲପାଳ ଶ୍ରୀମତୀ ନରୱଣେ l ପରେ ପରେ ଗତ ତା ୧୮/୧୧/୨୧ ରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକର ଦୃଢ଼ୀକରଣ ନିମନ୍ତେ ବିବରଣୀ ଉପସ୍ଥାପନା କରିଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ଡି ଆର ଡି ଏ ଶ୍ରୀ କଁହର l

ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ ଶ୍ରୀମତୀ ସୁପାର ଠେଲା ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ସରକାରଙ୍କ ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରି ଲୋକଙ୍କ ପାଖରେ ସଫଳତାର ସହ ପହଞ୍ଚାଇବାକୁ ସମସ୍ତେ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି l

ଆଜିର ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରକଳ୍ପ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ କୁ ଗୃହରେ ଉପସ୍ଥାପନା କରାଯାଇଛି l ଏହି ଅବସରରେ ବୈଠକରେ ବିଶେଷ ଭାବେ ଜିଲ୍ଲା ର ବଣଖଣ୍ଡ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଯୋଗାଣ ବିଭାଗ, ସେବା ସମବାୟ, ଜିଲ୍ଲା ଶ୍ରମ ବିଭାଗ, ଜଳ ସେଚନ ବିଭାଗ, ବିଦ୍ୟୁତ ବିଭାଗ, ମତ୍ସ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ଆର ଡବ୍ଲୁ ଡି, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପ୍ରଭୁତି ଦ୍ୱାରା ସରକାରଙ୍କ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି, ଅବସ୍ଥିତି ଓ ନୂତନ ଭାବେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ବିଭାଗୀୟ ଅଧିକାରୀ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ l ମାନ୍ୟବର ସଦସ୍ୟ ସଦସ୍ୟା ନିଜ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶ୍ନ ରଖିଥିଲେ l

ଜିଲ୍ଲା ର କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଗୃହରେ ଉପସ୍ଥିତ ସଦସ୍ୟ /ସଦସ୍ୟା ଙ୍କୁ ବିଭିନ୍ନ ବିଭାଗ ର କାର୍ଯ୍ୟକାରିତା ଉପରେ ଅବଗତ କରାଇଥିଲେ l ଜିଲ୍ଲାରେ ଏକକ ପ୍ଲାଷ୍ଟିକ ବ୍ୟବହାର କୁ ବନ୍ଦ କରିବାର ବାର୍ତ୍ତା ନେଇ ଆଜି ବୈଠକରେ ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ତରଫରୁ ଷ୍ଟିଲ ବୋତଲରେ ପାନୀୟ ଜଳ ଯୋଗାଣ କରା ଯାଇଥିଲା, ଶେଷରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଡିଆରଡିଏ ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।