ଦୁଇ ନାବାଳିକା ସମେତ ଆଠ ଯୁବତୀ ଉଦ୍ଧାର

0
131
ଦୁଇ ନାବାଳିକା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୬/୦୭) : ବଲାଙ୍ଗୀର ରେଲୱେ ଷ୍ଟେସନରେ ହଇଚଇ । ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହ । ଆଜି ଏକ ଟ୍ରେନରୁ ମହାରାଷ୍ଟ୍ର ଯାଉଥିବା ଦୁଇ ନାବାଳିକା ଙ୍କ ସମେତ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

ଆରପିଏଫ୍ ଦୁଇ ନାବାଳିକା ସମେତ ଏହି ଯୁବତୀମାନଙ୍କୁ ଉଦ୍ଧାର କରିଛି । ସେମାନଙ୍କ ସହ ଥିବା ଜଣେ ଯୁବକକୁ ଆରପିଏଫ୍ ଅଟକ ରଖି ବଲାଙ୍ଗିର ରେଲୱେ ଥାନାରେ ପଚରାଉଚରା କରୁଛି । ଆରପିଏଫ୍ ଉଦ୍ଧାର କରିଥିବା ଏହି ୧୦ ଜଣଙ୍କୁ ପଚରାଉଚରା ବେଳେ ସେମାନେ ମୁମ୍ୱାଇ ର ଏକ ମାଛ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା କହିଥିଲେ । କିନ୍ତୁ ସେମାନଙ୍କୁ କିଏ ଏବଂ କେଉଁ ଫ୍ୟାକ୍ଟ୍ରିକୁ ନେଉଥିଲା କହିପାରି ନ ଥିଲେ ।

ଏମାନେ ସମସ୍ତେ ଢେଙ୍କାନାଳ ଅଞ୍ଚଳ ର ହୋଇଥିବା ଜଣାପଡ଼ିଛି । ଆରପିଏଫ ପକ୍ଷରୁ ତୁରନ୍ତ ଜିଲ୍ଲା ଶ୍ରମ ବିଭାଗ ଏବଂ ଚାଇଲଡ ଲାଇନକୁ ଖବର ଦିଆଯାଇଥିଲା । ଆରପିଏଫ ଥାନାରେ ସହକାରୀ ଶ୍ରମ ଅଧିକାରୀ ଏବଂ ଚାଇଲଡ ଲାଇନ ଟିମ ପହଞ୍ଚି ତଦନ୍ତ କରୁଛନ୍ତି । ତଦନ୍ତ ଚାଲିଥିବାରୁ କୌଣସି ଅଧିକାରୀ ମତାମତ ଦେବାକୁ ମନା କରିଦେଇଛନ୍ତି ।