ଆର ଡି ସି ଓ ଜିଲ୍ଲାପାଳଙ୍କ ପାତାଳି ଶ୍ରୀକ୍ଷେତ୍ର ଗସ୍ତ

0
115
ଆର ଡି ସି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୫/୭) : ସମ୍ବଲପୁର ର ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆର ଡି ସି) ସୁରେଶ ଚନ୍ଦ୍ର ଦଳେଇ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନୀଲ ନରୱଣେ ଆଜି ଜିଲ୍ଲା ର କୋଟ ସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବାସହ ପୂଜାର୍ଚ୍ଚନା କରିଥିଲେ ।

ପରେ ଉକ୍ତ ପାତାଳି ଶ୍ରୀକ୍ଷେତ୍ରରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମ ର ସମୀକ୍ଷା କରି ସମସ୍ତ କ୍ଷେତ୍ରରେ କାମ ଯେପରି ନିର୍ଦ୍ଧାରିତ ସମୟରେ ସରି ପାରିବ ସେ କ୍ଷେତ୍ରରେ ଆର ଡି ସି ଓ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ଘାଟି ରାସ୍ତା, ମନ୍ଦିର ନିର୍ମାଣ, ଯାନବାହନ ପାର୍କିଂ ସ୍ଥଳ, ଓଟିଡିସି ପକ୍ଷରୁ ଆରମ୍ଭ କରାଯାଉଥିବା କାମ ସବୁର ଅଗ୍ରଗତି ସମ୍ପର୍କରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ପୁର୍ତ୍ତ ବିଭାଗ ର ଅଧୀକ୍ଷଣ ଯନ୍ତ୍ରୀ ଦାମ୍ବଦର କୈବର୍ତ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଲୁଣ୍ଡା ବିଡିଓ ହେମସାଗର ଭୋଇ ଓ ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ ।