ସାପ କାମୁଡ଼ାରେ ବାଳିକା ଙ୍କ ଶୋଚନୀୟ ମୃତ୍ୟୁ

0
205
ସାପ କାମୁଡ଼ାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୪/୦୭) : ବଲାଙ୍ଗୀର ସଦର ଥାନା କ ଗାଁରେ ଗତ ବୁଧବାର ରାତିରେ ଚର୍ତୁଭୁଜ ଧରୁଆଙ୍କ ନଅ ବର୍ଷ ର ଝିଅ ରାବଣୀ ଘରେ ଶୋଇଥିବା ସମୟରେ ସାପ କାମୁଡି ଦେଇଥିଲା

ସାପ କାମୁଡ଼ାରେ ଆହତ ରାବଣୀ ଚିତ୍କାର କରିବାରୁ ପରିବାର ଲୋକେ ତୁରନ୍ତ ରାବଣୀକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରାବଣୀଙ୍କର ମୃତ୍ୟୁ ଘଟିଛି । ଏ ନେଇ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ ଜାରୀ ରଖିଛି ବୋଲି ପ୍ରକାଶ କରିଛି । ଏ ନେଇ ଚର୍ତୁଭୂଜଙ୍କ ପରିବାରରେ ଶୋକ ର ଛାୟା ଖେଳି ଯାଇଛି ।