ଅର୍ଥ ଲୋଭରେ ନିଜ ଝିଅ କୁ ରାଜ୍ୟ ବାହାର ଦଲାଲ ଙ୍କୁ ବିକ୍ରି କରୁଥିବା ବାପା ଅଟକ

0
222
ଅର୍ଥ ଲୋଭରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ବେଲପଡା, ତା (୧୪/୦୭) : ବେଲପଡା ଥାନା ଅନ୍ତର୍ଗତ ମଣ୍ଡଳ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅର୍ଥ ଲୋଭରେ ଜଣେ ବାପା ନିଜ ଝିଅକୁ ତିରପୁର ଅଞ୍ଚଳ ର ୨ ଜଣ ଦଲାଲଙ୍କ ଠାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।WhatsApp Image 2022 07 14 at 1.10.22 PM 1 ଅର୍ଥ ଲୋଭରେ ନିଜ ଝିଅ କୁ ରାଜ୍ୟ ବାହାର ଦଲାଲ ଙ୍କୁ ବିକ୍ରି କରୁଥିବା ବାପା ଅଟକ

ଅର୍ଥ ଲୋଭରେ ନିଜଝିଅ କୁ ରାଜ୍ୟ ବାହାର ଦଲାଲ ଙ୍କୁ ବିକ୍ରି କୁ ନେଇ ବେଲପଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇ ଅଧିକ ପଚରା ଉଚରା କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବେଲପଡା ଥାନା ମଣ୍ଡଳ ଗାଁ ର ଜଣେ ଦାଦନ ଦଲାଲ ସର୍ଦାର ନୀରନ ବାଗକୁ ଆଗୁଆ ଟଙ୍କା ଦେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିଲା ।

ସେଠାରେ ନୀରନ ନିଜ ପରିବାର ସହ ୩ ରୁ ୪ ବର୍ଷ ରହିଲା ପରେ କିଛିଦିନ ହେବ ଗାଁକୁ ଫେରିଥିଲେ । ସାଙ୍ଗରେ ୨ ଜଣ ଅଣ ଓଡିଆ ଲୋକେ ମଧ୍ୟ ଆସିଥିଲେ । ଗାଁରେ ସମସ୍ତେ କିଛିଦିନ ରହିବା ପରେ ଝିଅକୁ ଅଣଓଡ଼ିଆମାନେ ନିଜ ସାଥୀରେ ତିରପୁର ନେଇଯିବାକୁ ଯୋଜନା କରୁଥିବା ଗାଁ କିଛି ଲୋକ ଖବର ପାଇଥିଲେ । ଏହି ଖବର ଗାଁରେ ପ୍ରଚାର ହେବା ପରେ ପୋଲିସ ପାଖରେ ଖବର ପହଞ୍ଚିଲା । ଏହାପରେ ଗାଁରେ ପୁଲିସ ମାଁ, ବାପା, ଝିଅ ଏବଂ ୨ ଜଣ ଅଣଓଡିଆଙ୍କୁ ଥାନାକୁ ନେଇ ପଚରା ଉଚରା କରୁଥିବା ଜଣାପଡିଛି ।

ଏ ନେଇ ମାମଲା ରୁଜ୍ଜୁ ହୋଇନଥିବା ବେଳେ ସମସ୍ତଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାଯାଇଛି । ପ୍ରକାଶ ଯେ, ଆର୍ଥିକ ଅନଗ୍ରସର ଥିବା ସୁଯୋଗ ନେଇ ଅର୍ଥ ପ୍ରଲୋଭନ ଦେଖାଇ ଆନ୍ତଃ ରାଜ୍ୟକୁ ଏହିପରି ଯୁବତୀ ଚାଲାଣ ସହ ସେଠି ନାନା ପ୍ରକାର ର ନିର୍ଯ୍ୟାତନା ଦିଆଯାଉଥିବା ଘଟଣା ନଜର କୁ କ୍ରମାଗତ ଭାବେ ଆସୁଛି ।