ସଙ୍କୁଲୋଇ ସେବା ସମବାୟ ସମିତି ର ନୂତନ ସଭାପତି ରଶ୍ମିତା ମହାକୁଡ଼

0
112
ସଙ୍କୁଲୋଇ ସେବା ସମବାୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୪/୦୭) : ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଙ୍କୁଲୋଇ ସେବା ସମବାୟ ସମିତି ର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପ୍ରକାଶ ଥାଉକି ଚଳିତ ମାସ ଜୁଲାଇ ୧୦ ତାରିଖ ଦିନ ସଙ୍କୁଲୋଇ ସେବା ସମବାୟ ସମିତି ର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ରଶ୍ମିତା ମହାକୁଡ଼ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଆଜି ସେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ଉତ୍ସବରେ ସେବା ସମବାୟ ସମିତି ର ସମ୍ପାଦକ ସଞ୍ଜୟ ଗାଈଗୋଉରିଆଙ୍କ ସମେତ ସମସ୍ତ ନିର୍ଦ୍ଦେଶକ, ସଭ୍ୟ ସତ୍ୟବାଦୀ ଚାଉଳିଆଙ୍କ ସମେତ ବହୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।

ସୂଚନା ଥାଉ କି ଶ୍ରୀମତୀ ମହାକୁଡ଼ ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ, ଏବେ ସଂକୁଲୋଇ ପଞ୍ଚାୟତ ର ସମିତି ସଭ୍ୟ ଅଛନ୍ତି । ଶ୍ରୀମତୀ ମହାକୁଡ଼ କହିଛନ୍ତି ଯେ ସମିତିରେ ଦଲାଲଗିରି ହଟି ସବୁ ଚାଷୀ ଭାଇ ମାନେ ଉଚିତ ନ୍ୟାୟ ପାଇବେ ବୋଲି ପ୍ରକାଶ କରିଛନ୍ତି ।