ଶିକ୍ଷକ ପଦବୀ ପୂରଣ ଦାବୀରେ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ ଙ୍କ ଧାରଣା

0
129
ଶିକ୍ଷକ ପଦବୀ ପୂରଣ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୫/୦୭) : ଜୁନାଗଡ଼ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ସ୍ଥାୟୀ ଅଧ୍ୟକ୍ଷ ଓ ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ବିଦ୍ୟାଳୟ ସମ୍ମୁଖରେ ଶ୍ରେଣୀ ବର୍ଜନ କରି ଛାତ୍ରଛାତ୍ରୀ ମାନେ ଧାରଣା ଦେଇଥିଲେ lWhatsApp Image 2022 07 15 at 9.21.52 AM 1 ଶିକ୍ଷକ ପଦବୀ ପୂରଣ ଦାବୀରେ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ ଙ୍କ ଧାରଣା

ଏହି ବିଦ୍ୟାଳୟ ୨୦୧୬ ମସିହାରୁ ଆରମ୍ଭ ହୋଇ ବର୍ତ୍ତମାନ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢା ହେଉଛି l ହେଲେ ଏଠାରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହୋଇ ପାରିନି l ଏପରିକି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ପଦ ମଧ୍ୟ ଖାଲି ଅଛି l ଏ ନେଇ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହା ପୂରଣ ହୋଇ ପାରୁ ନାହିଁ l

ଏପରିକି ଏଠାରୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ ମଧ୍ୟ ଏଠାରେ ଏହି ଶିକ୍ଷକ ନିଯୁକ୍ତି କରାଯାଇ ନାହିଁ l ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ପଢ଼ିବାରେ ଅନେକ ସମସ୍ୟା ଦେଖା ଦେଇଛି l ଏଣୁ ସ୍ଥାୟୀ ଅଧ୍ୟକ୍ଷ, ପି ଜି ଟି, ଫିଜିକ୍ସ, ହିନ୍ଦୀ, ସଂସ୍କୃତ, ଆର୍ଟ, ମ୍ୟୁଜିକ ଶିକ୍ଷକ ଏବଂ କ୍ଲାର୍କ ନିଯୁକ୍ତି ଦାବୀ ନେଇ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ସ୍କୁଲ ଗେଟ ସମ୍ମୁଖରେ ଧର୍ମଘଟ କରିଥିଲେ lWhatsApp Image 2022 07 15 at 9.21.51 AM ଶିକ୍ଷକ ପଦବୀ ପୂରଣ ଦାବୀରେ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ ଙ୍କ ଧାରଣା

ପ୍ରଶାସନ ତରଫରୁ ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇ, ବିଡ଼ିଓ ଦୁଲାରାମ ମାରାଣ୍ଡି ଘଟଣାସ୍ଥଳରେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ଏଠାରେ ସ୍ଥାୟୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଶିକ୍ଷକ ବ୍ୟବସ୍ଥା କରାଯାଇ ପାଠ ପଢା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧର୍ମଘଟ ରୁ ଓହରି ଥିଲେ l