ସ୍ୱାଧୀନତା ଦିବସ ରେ ଦିନ ୧୧ଟା ଯାଏ ସଟ୍‌ଡାଉନ୍‌ କୋହଳ : ପତାକା ଉତ୍ତୋଳନରେ ୨୦ ଜଣଙ୍କୁ ଅନୁମତି

0
152

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୮/୦୮) : ସ୍ୱାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ରବିବାର ହୋଇଥିବାବେଳେ ଜାତୀୟ ପତାକା ଉତ୍ତୋଳନ ପାଇଁ କଟକ, ଭୁବନେଶ୍ୱର ଓ ପୁରୀରେ ସଟଡାଉନକୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯିବ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସ୍ୱାଧୀନତା ଦିବସ ପାଇଁ ଗାଇଡ୍‌ଲାଇନ ଜାରି ହୋଇଛି । ଏଥିରେ କୁହାଯାଇଛି, କୋଭିଡ କଟକଣାରେ ସ୍ୱାଧୀନତା ଦିବସପାଳନ ହେବ । ଜାତୀୟ ପତାକା ଉତ୍ତୋଳନବେଳେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିବେ ।

ମାତ୍ର କଟକ, ଭୁବନେଶ୍ୱର ଓ ପୁରୀ ସହରରେ କରୋନା ସଂକ୍ରମଣ ଅଧିକ ଥିବାରୁ ଏହି ୩ ସହରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସର୍ବାଧିକ ୧୦ଜଣ ଉପସ୍ଥିତ ରହିବେ । ସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ ଏହି ନିୟମ ରହିବ । ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସ୍ୱାଧୀନତାଦିବସ ଉତ୍ସବ ଗୃହ ବିଭାଗର ଗାଇଡଲାଇନ ଅନୁଯାୟୀ ପାଳନ କରାଯିବ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ ।