ଭାରତୀୟ ଷ୍ଟାର୍ ବ୍ୟାଡ୍‌ମିଟନ ଖେଳାଳି ପି.ଭି. ସିନ୍ଧୁ ଜିତିଛନ୍ତି ସିଙ୍ଗାପୁର ଓପନ ଟାଇଟଲ୍

0
107

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୭) : ଭାରତୀୟ ଷ୍ଟାର୍ ବ୍ୟାଡ୍‌ମିଟନ ଖେଳାଳି ପି.ଭି. ସିନ୍ଧୁ ଜିତିଛନ୍ତି ସିଙ୍ଗାପୁର ଓପନ ଟାଇଟଲ୍ । ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ସିନ୍ଧୁ ଚାଇନାର ୱାଙ୍ଗ ଜୀ ୟୀଙ୍କୁ ହରାଇ ଇତିହାସ ରଚିଛନ୍ତି । ସିନ୍ଧୁ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି । ଏହା ତାଙ୍କର ପ୍ରଥମ ସୁପର ୫୦୦ ଟାଇଟଲ ଅଟେ । ଏହାକୁ ମିଶଇ ସିନ୍ଧୁ ଚଳିତ ବର୍ଷ ତୃତୀୟ ଟୁଣ୍ଣାମେଣ୍ଟରେ ଟାଇଟଲ ବିଜୟ କରିଛନ୍ତି ।

ରବିବାର ଦିନ ମହିଳା ସିଙ୍ଗଲ୍ସ ଫାଇନାଲରେ ଚାଇନା ର ୱାଙ୍ଗ ଜି ୟିଙ୍କ ଉପରେ ଚମତ୍କାର ବିଜୟ ହାସଲ କରିଥିଲେ । ସିନ୍ଧୁ ୧୧ ତମ ମାନ୍ୟତା ୱାଙ୍ଗ ଜୀ ୟୀଙ୍କୁ ପରାସ୍ତ କରି ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ତଥା ତାଙ୍କର ପ୍ରଥମ ସୁପର ୫୦୦ ଟାଇଟଲ୍ ଜିତିଥିଲେ । ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁଙ୍କ ପାଇଁ ଏହା ଚଳିତ ବର୍ଷ ର ତୃତୀୟ ଟାଇଟଲ୍ ।

ଏହାପୂର୍ବରୁ ସେ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ରେ ଦୁଇଟି ସୁପର ୩୦୦ ଟାଇଟଲ୍ ଜିତିଛନ୍ତି । ଏହି ମ୍ୟାଚରେ ସିନ୍ଧୁ ୱାଙ୍ଗ ଜୀ ୟୀଙ୍କୁ ୨୧-୯, ୧୧-୨୧ ଏବଂ ୨୧-୧୫ ରେ ପରାସ୍ତ କରିଛନ୍ତି । ଏହି ଟାଇଟଲ୍ ବିଜୟ କମନୱେଲଥ ଗେମ୍ସ ପୂର୍ବରୁ ସିନ୍ଧୁଙ୍କ ଆତ୍ମବିଶ୍ୱାସ ବଢାଇବ ।

ସିନ୍ଧୁ ଚମତ୍କାର ଭାବରେ ମ୍ୟାଚ୍ ଆରମ୍ଭ କରିଥିଲେ, ପ୍ରଥମ ସେଟରେ ସେ ଚାଇନାର ସଟଲରଙ୍କୁ ୨୧-୯ ବ୍ୟବଧାନରେ ପରାସ୍ତ କରିଥିଲେ, କିନ୍ତୁ ଦ୍ୱିତୀୟ ସେଟରେ ୱାଙ୍ଗ ଜି ୟି ସିନ୍ଧୁଙ୍କୁ ୧୧-୨୧ ରେ ପରାସ୍ତ କରି ମ୍ୟାଚ୍ ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ । ତୃତୀୟ ତଥା ନିର୍ଣ୍ଣାୟକ ସେଟରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ଲଢେଇ ହୋଇଥିଲା, କିନ୍ତୁ ମ୍ୟାଚ୍ ଶେଷରେ ସିନ୍ଧୁ ୱାଙ୍ଗ ଜୀ ୟିଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଟାଇଟଲ୍ ଜିତିବା ପାଇଁ ଅନ୍ତିମ ସେଟ୍ କୁ ୨୧-୧୫ ଜିତିଥିଲେ ।