ରସାୟନ ବିଜ୍ଞାନ ବିଭାଗ ର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
271
ରସାୟନ ବିଜ୍ଞାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୧/୦୭) : ରସାୟନ ବିଜ୍ଞାନ ବିଭାଗ ର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗୁଣୁପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ରସାୟନ ବିଜ୍ଞାନ ବିଭାଗ ର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତିତ୍ୱ କରିଥିଲେ । ବିଭାଗୀୟ ମୁଖ୍ୟ ଡ଼ଃ ନିଳମାଧବ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ, ସମ୍ମାନୀୟ ଅତିଥି ରୂପେ ପ୍ରଧ୍ୟାପକ ଶ୍ରୀ ରାମଚନ୍ଦ୍ର ପଣ୍ଡା, ଅଧ୍ୟାପକ ଶ୍ରୀ ଅମୀୟ ରଞ୍ଜନ ମହାନ୍ତି, ଡ଼ଃ ରମାକାନ୍ତ ସାହୁ ଓ ଶ୍ରୀ ଗଜେନ୍ଦ୍ର ପଣ୍ଡା ଯୋଗଦେଇଥିଲେ ।

ପାଠଚକ୍ର ଅଧିକାରୀ ତଥା ପ୍ରଧ୍ୟାପକ ଶ୍ରୀଯୁକ୍ତ ଶଶୀ ଭୂଷଣ ମହାନ୍ତି ଶେଷ ବର୍ଷ ର ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରିଥିଲେ । ସାଂପ୍ରତିକ ପ୍ରତୀଯୋଗିତାପୂର୍ଣ୍ଣ ଶୈଖୀକ ବ୍ୟବସ୍ଥା ମଧ୍ୟରେ ଛାତ୍ର ଓ ଛାତ୍ରୀଙ୍କୁ କଠିନ ପରିଶ୍ରମ ସହ ସକାରାତ୍ମକ ଚିନ୍ତାଧାରା ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୁଶ୍ରୀ ପ୍ରତିମା ମହାକୁଢ ଓ ଆଦିତ୍ୟ ପାଣୀଗ୍ରାହି ଙ୍କୁ କଗ୍ନିଜେଣ୍ଠର I.T ପ୍ରୋଗ୍ରାମ ର ରୂପେ ଚୟନ ହୋଇଥିବାରୁ ସମ୍ମାନିତ କରାଯାଇଥିଲା ।

ଛାତ୍ର ଗଗନ ବିହାରୀ ବିଡିକା ଜାମ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ N.I.T ରାଉରକେଲାରେ ଜଇନ୍ କରିଥିବାରୁ ତାଙ୍କୁ ବିଭାଗ ତରଫରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗ ତରଫରୁ କେମାସ୍ପିଅର ନାମକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଦିବସରେ ପାଠଚକ୍ରରେ ଅଂଶଦାନ କରି ନିଜର ପ୍ରବନ୍ଧ ଉପସ୍ଥାପନ କରିଥିବା ଦଶ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

ପ୍ରଥମ ଓ ଦ୍ଵିତୀୟ ବର୍ଷ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ପାଠଚକ୍ର ର ସମ୍ପାଦକ ଆକାଶ ଲିମା ବିବରଣୀ ପାଠ କରିଥିବା ବେଳେ ପି. ଅଖିଲା ଓ ସନ୍ତୋଷ ଧନ୍ୟବାଦ ଅର୍ପଣ କରିଥିଲେ । ମାନସ, ଅମୃତା, ସୋନାଲି, ଗାୟତ୍ରୀ, ଦୁର୍ଗା ଶଙ୍କର, କିରଣ, ଅର୍ଚ୍ଚନା, ମାମାଲି, ଶ୍ରାବଣୀ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ ।