ଅଲୋଡ଼ା ହୋଇପଡିଛନ୍ତି ଜାତୀୟ ହକି ଖେଳର ଖେଳାଳୀ ତଥା କୋଚ୍ ଗିରିଧାରୀ ସାମଲ

0
153

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୯/୦୮) : ଜାତୀୟ ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସଂଶା ଆଉ ଶୁଭେଚ୍ଛାର ଅଭିନନ୍ଦନ ଦେବାରେ ବ୍ୟସ୍ନାସତ କହିଲେ ହାରିବା ଲୋକକୁ ପଚାରେ କିଏ ନା ବୟସ ଚାଲିଗଲେ ମନେ ରଖେ କିଏ ? ହକି ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ । ଉଡୁଛି ଟଙ୍କା ଉଡୁଛି ତ୍ରିରଙ୍ଗା ।

କିନ୍ତୁ ଗତ କାଲିର ଜାତୀୟ ହକି ଖେଳାଳୀ ଜୀବନର ଅପରାହ୍ନରେ ବଞ୍ଚିବାର ରାହା ଖୋଜୁଛନ୍ତି । ବହୁ ଜାତୀୟ ଅନ୍ତର୍ଜାତୀୟ ଖେଳର କିମ୍ବଦନ୍ତୀ ପୁରୁଷ ଖଣ୍ଡେ ଘର ପାଇଁ ଆଜି ବେସାହାରା ହୋଇ ପଡିଛନ୍ତି । ତାଙ୍କୁ ଥରେ ମନେ ପକାଇବାତ ଦୂରର କଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଭୁଲିଯାଇଛନ୍ତି । ଏପରି ଜଣେ ଖେଳାଳିଙ୍କୁ ବିଗତ ଦିନର ହକି ଷ୍ଟିକର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଖେଳାଳି ଏବେ ଦୁର୍ଦ୍ଦିନରେ ।

ଏମିତି ଜଣେ ଖେଳାଳୀ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚନ୍ଦ୍ରଶେଖର ପୁରର ଗିରିଧାରୀ ସାମଲ । ହକି ମାଷ୍ଟର ଭାବରେ ସୁନାମ ଅର୍ଜନ କରିଥିବା ଏହି ଖେଳାଳୀ ଙ୍କ ଘର ଗୋଟେ ଖପରଲୀ ଘର । ହକି ଦଳର ଦ୍ରୋଣାଚାର୍ଯ୍ୟ ଭାବରେ ସୁନାମ ଆଣିଥିବା ଏହି ଖେଳାଳି ଏବେ ବଞ୍ଚିବାର ରାହା ଖୋଜୁଛନ୍ତି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପଟ୍ଟଶିଷ୍ୟ ଭାବରେ ପରିଚିତ ଗିରିଧାରୀ ସାମଲ ମାତ୍ର ସାତ ବର୍ଷରୁ ହକି ଷ୍ଟିକ ସହିତ ଖେଳ ଆରମ୍ଭ କରିଥିଲେ ।

୧୯୬୪ – ୬୫ ମସିହାରେ ଜାତୀୟ ଦଳରେ ସ୍ଥାନ ପାଇବା ସହିତ ସର୍ବ ଭାରତୀୟ ବିଶ୍ବବିଦ୍ୟାଳୟ ହକି ର ସେ ଥିଲେ ମୁଖ୍ୟ ଚୟନ କର୍ତ୍ତା । ୧୯୮୦ମସିହାରେ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ହକି ଦଳର ପ୍ରଶିକ୍ଷକ ଭାବରେ ଦାଇତ୍ଵ ନିର୍ବାହ କରିଥିଲେ ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ଭାବରେ ପୁରସ୍କୃତ ହୋଇଥିଲେ ଗିରିଧାରୀ ।

କିନ୍ତୁ ହକିର ହବ କୁହାଯାଉଥିବା ଓଡ଼ିଶା ମାଟିରେ ଏକ ଅସମ୍ମାନ । ତାଙ୍କୁ ବୟସ ଛୁଇଁଲାଣି ୭୩ , ଦେହ ହାତର ବଳ କମି ଆସିଲାଣି , ଏ ବୟସ ରେ ଘରୁ ବାହାରିବା କଷ୍ଟ କର ହୋଇ ପଡ଼ିଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ । ଦୀର୍ଘ ଚାଳିଶ ବର୍ଷ ପରେ ଭାରତୀୟ ଦଳ ହକିରେ ସୁନାମ ଅର୍ଜନ କରିବାକୁ ସେ ସ୍ବାଗତ କରୁଥିବା ବେଳେ ନିଜେ କିନ୍ତୁ ନିଜ ମାଟିରେ ଅସହାୟ ହୋଇ ରହିଛନ୍ତି ।

ଓଡ଼ିଶାକୁ ହକିର ହବ ଭାବରେ ଘୋଷଣା କରୁଥିବା ସରକାରଙ୍କର ଜଣେ ବର୍ଷିୟାନ ଖେଳାଳୀଙ୍କ ପ୍ରତି ଏ କି ମାନସିକତା ? ହୁଏ ତ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଗାଁ ମାଟିରେ ମାଟିକୁ ଜାବୁଡ଼ି ଧରିଥିବା ଏ ଖେଳାଳିଙ୍କୁ ଟିକେ ମନେ ପକାନ୍ତୁ ତ ।