ଗୋଲାପ ଫୁଲ ରେ ’I LOVE U’ ଲେଖି ଜୀବନ ହାରିଲେ ଯୁବକ

0
134
ଗୋଲାପ ଫୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖଡ଼ିଆଳ, (୦୩/୦୮) : ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ । ଗୋଲାପ ଫୁଲ ପାଖୁଡ଼ାରେ ପାଖରେ ଲେଖା ହେଇଛି I LOVE U । ରାସ୍ତା ଉପରେ ଗୋଲାପ ଫୁଲରେ ଆଇ ଲଭ୍ ୟୁ ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ ।

ରାସ୍ତାକଡ଼ରେ ଥିବା ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପରି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜେପୁର କୁସମାଲ ରାସ୍ତା କଡ଼ରେ । ମୃତ ଯୁବକଙ୍କ ଜଣଙ୍କ ହେଲେ ମନୋହର ତାଣ୍ଡିଙ୍କ ପୁଅ ପଦ୍ମ ଚରଣ ତାଣ୍ଡି । ତାଙ୍କ ଘର ଖଡ଼ିଆଳ ବ୍ଲକ ନିକଟସ୍ଥ ଝିତ୍ରିଝୋଡ଼ ଗାଁରେ । ଆଜି ସକାଳେ ମନୋହରଙ୍କ ମୃତଦେହ ରାସ୍ତାକଡ଼ରେ ଥିବା ନିମ୍ବ ଗଛରେ ଝୁଲିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ତାଙ୍କ ମୃତଦେହ ନିକଟରେ ତଥା ରାସ୍ତା ଉପରେ ଗୋଲାପ ଫୁଲ ଓ ଅନ୍ୟ ଫୁଲରେ ଆଇ ଲଭ୍ ୟୁ ଲେଖି ଯାଇଥିଲା ।

ଏ ନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ପୁଅ ଆତ୍ମହତ୍ୟା କରି ନଥିବା ମନୋହରଙ୍କ ପରିବାର ଲୋକ କହିଛନ୍ତି । ଏହି ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି ।