ବଂଶଧାରାରେ ଭର୍ତ୍ତି ପାଣି : ଚାଷୀଙ୍କ ଜମି ର ତଳି ପଡୁଛି

0
153
ବଂଶଧାରାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୮) : କାଶୀନଗର ଓ ଏହାର ପାଖ ଦେଇ ପ୍ରଭାହିତ ହେଉଥିବା ବଂଶଧାରାରେ ଦୁଇ କୂଳ ଲଙ୍ଘି ପାଣି ପ୍ରବାହିତ ହେଉଛି କିନ୍ତୁ କାଶୀନଗର ବ୍ଲକ ର ଛାଡି ଏହି ପାଣିକୁ ଦେଖି ଜଳକା ହୋଇବସିଛନ୍ତି ।

ଗତ ଜୁଲାଇ ମାସରେ ବଂଶଧାରାରେ ପାଣି ବିପଦ ସଂକେତ ଟପି ପ୍ରବାହିତ ହେଉଥିଲା । ଏବେ କିନ୍ତୁ ବହୁ ଯାଗାରେ ତଳି ବର୍ଷା ଅଭାବରୁ ପୋଡି ଯିବାକୁ ବସିଲାଣି । ସେପଟ ସମବାୟ ବିଭାଗ ଅନଲାଇନ ଧାନ କିଣା ପାଇଁ ଫର୍ମ ଆବେଦନ କରୁଛନ୍ତି । ସେପଟେ ସମବାୟ ସଂସ୍ଥା କୁ ୟୁରିଆ, ଡି ଏ ପି ଓ ନାନୋ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ସମ୍ପାଦକ ଙ୍କୁ ପଚାରିବାରେ ସେ ଘବେରେଇ ଯାଇଥିଲେ । କିନ୍ତୁ ସଭାପତି ଆର ଚେଲାପତି ରାଓ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ।

ସେପଟ ବର୍ଷା ଲୁଚକାଳୀ ଖେଳୁଛି । ସବୁଦିନ ସନ୍ଧ୍ୟାରେ ମେଘ ଆସୁଛି କିନ୍ତୁ ବର୍ଷା ହେଉନାହିଁ । ନଦୀ ର ପାଣି ନଦୀରେ ଯାଉ ପିତୃ ଲୋକ ସନ୍ତୁଷ୍ଟ ହେଉ ନ୍ୟାୟରେ ଗାହାପତି ବାସି ଚାତକ ପରି ଅନେଇ ବସିଛନ୍ତି । ଗତ ଜୁନ ମାସରେ ୧୦୧.୨ ମିମି ଓ ଜୁଲାଇ ମାସରେ ୨୦୮.୨ ମିମି ବର୍ଷା ହୋଇଛି । ଯାହାକି ଗତବର୍ଷ ତୁଳନାରେ କମ ବୃଷ୍ଟିପାତ ହୋଇଛି । ଏପଟେ ୩୦୦ କୋଟି ବ୍ୟୟରେ ନିର୍ମିତ ମେଗା ପ୍ରୋଜେକ୍ଟରେ ଗୋଟିଏ ଏକର ପାଣି ମଡ଼ାଇବାକୁ ଏକ ଦିବସ ଲାଗୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ନା ଓଡିଶା ସରକାର କିଛି ନୂଆ କରୁଛନ୍ତି । ଥିବା ଯୋଜନା ର ଠିକ ରୂପାୟନ କରୁଛନ୍ତି । ନଦୀ ଥାଇ ଆମେ ଜଳକା ଆନ୍ଧ୍ର ଆମ ପାଣି ନେଇ ଶସ୍ୟ ଶ୍ୟାମଳା କରି ବଳକା ରାଜ୍ୟ ପାଲଟିଛି । ଏଣୁ ରାଜ୍ୟ ସରକାର ଏକ ଜଳସେଚନ ଯୋଜନା ନ କଲେ ଚାଷୀ ମାନେ ନିଜ ଭିଟା ମାଟି ଛାଡି ଆନ୍ଧ୍ର ଓ ବେଙ୍ଗୁଲୁରରେ ଇଟା ଭାଟିରେ କାମ କରିବାକୁ ବାଧ୍ୟ ହେବେ ।