ନିଶା ମୁକ୍ତ ଗଜପତି ଜିଲ୍ଲା ପ୍ରଶାସନ ର ନିଷ୍ପତି

0
322
ନିଶା ମୁକ୍ତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୮) : ଗଜପତି ଜିଲ୍ଲା ପ୍ରଶାସନ ର ନିଷ୍ପତି କ୍ରମେ ଗଜପତି ଜିଲ୍ଲାରେ ନିଶା ମୁକ୍ତ ଗଜପତି ପାଇଁ ଏକ ସଚେତନ ରଥ ଓ ପଥ ପ୍ରାନ୍ତ ନାଟକ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଓ ପାରଳାଖେମୁଣ୍ଡି, କାଶୀନଗର ପୌର ପରିଷଦରେ ବୁଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତକାଲି ନିଶା ମୁକ୍ତ ଗଜପତି ପାଇଁ ଏହି ସଚେତନ ରଥ କାଶୀନଗର ବ୍ଲକ ଓ ସହର ପରିକ୍ରମା କରିବା ସହ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ପଥ ପ୍ରାନ୍ତ ନାଟକ ମଞ୍ଚସ୍ଥ ହୋଇଯାଇଛି । ଏହି ରଥ କୁ କାଶୀନଗର ତହସିଲଦାର ଶ୍ରୀ ଲାରିମାନ ଖରସେଲ, ବିଡ଼ିଓ ଶ୍ରୀ ଲଷ୍ମୀ ପ୍ରସାଦ ସାହୁ, ପୌର ନିର୍ବାହୀ ଅଧିକାରୀ ସତ୍ୟ ସଂପୂର୍ଣ୍ଣା ରାଉତ ଏହି ରଥ କୁ ସ୍ୱାଗତ କରିଥିଲେ । ଗ୍ରାମାଞ୍ଚଳ ହେଉକି ସହରାଞ୍ଚଳ ସବୁ ଜାଗାରେ ଯୁବକ, ମଜୁରିଆ ମାନେ ନିଶାସକ୍ତ ହୋଇ ପଥ ଭ୍ରଷ୍ଟ ହୋଇ କିଭଳି ପରିବାର କୁ ଛାର ଖାର କରୁଛନ୍ତି ଏହି ନାଟକ ମଞ୍ଚସ୍ଥ ର ବାର୍ତ୍ତା ଥିଲା ।