ତହସିଲଦାରଙ୍କ ବଦଳି ଆଦେଶ : ଜନ ଅସନ୍ତୋଷ ବୃଦ୍ଧି

0
176
ତହସିଲଦାରଙ୍କ ବଦଳି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୮) : ଗଜପତି ଜିଲ୍ଲା ର କାଶୀନଗର ତହସିଲଦାରଙ୍କ ବଦଳି କୁ ନେଇ କାଶୀନଗର ବ୍ଲକ ଓ ଏନ ଏ ସି ରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।

ପ୍ରାପ୍ତ ସୂଚନା ମୁତାବକ କାଶୀନଗର ତହସିଲକୁ ଗତ ତିନି ମାସ ତଳେ ଶ୍ରୀ ଲରେମାନ ଖରସେଲ ଙ୍କୁ ତହସିଲଦାର ଭାବେ ନିଯୁକ୍ତି ମିଳିଥିଲା । ସେ ସୁଚାର ରୂପେ ନିଜ କାର୍ଯ୍ୟ ତୁଲାଉଥିବା ବେଳେ ହଠାତ ତହସିଲଦାରଙ୍କ ବଦଳି ହେବା ଖବର ବିଜୁଳି ବେଗରେ ଚାରିଆଡେ ଜଣା ଯିବାରୁ କାଶୀନଗର ଜନସାଧାରଣ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ।

ଏପରିକି ଶ୍ରୀ ଖରସେଲ ଙ୍କୁ ବଦଳି ଆଦେଶ ରଦ୍ଦ ନହେଲେ ଜନ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ ପାଇଛି । ଗଜପତି ଜିଲ୍ଲାପାଳ ମଧ୍ୟ ଶ୍ରୀ ଖରସେଲ ଙ୍କ କାର୍ଯ୍ୟ ଦକ୍ଷତା ନେଇ ସନ୍ତୁଷ୍ଟ ଥିବା ଓ ତାବକ ବଦଳି କୁ ରଦ୍ଦ କରିବା ପାଇଁ ସୁପାରିଶ କରିଥିବା ଜଣାଯାଇଛି । ସେ ଜଣେ ମେଳାପୀ ବ୍ୟକ୍ତି ଓ ତାଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ ବନ୍ୟା ନିୟନ୍ତ୍ରଣ ଓ ତାହାଡ଼ିଲ କାର୍ଯ୍ୟ ଚଳଚଞ୍ଚଳ ହୋଇଛି । ଏଣୁ ଏଭଳି ବ୍ୟକ୍ତି ଙ୍କୁ ତିନି ମାସ ମଧ୍ୟରେ ବଦଳି ହେବା ପଦକ୍ଷେପ କୁ ନିନ୍ଦା କରାଯାଇଛି ।