ସୋନପୁର ସହର ର ପ୍ରମୁଖ ଛକ ବ୍ଲକ ଛକ ଠାରେ ଟ୍ରାଫିକ ସିଗନାଲ ଲାଇଟ ର ଶୁଭ ଉଦ୍ଘାଟନ

0
132
ସୋନପୁର ସହର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୮) : ସୋନପୁର ସହର ରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l

ସୋନପୁର ସହର ର ଜନ ସାଧାରଣ ଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ତରଫରୁ ସହର ର ପ୍ରମୁଖ ଛକ ବ୍ଲକ ଛକ ଠାରେ ବ୍ୟବସ୍ଥାପିତ ଟ୍ରାଫିକ ସିଗନାଲ ଲାଇଟ ବ୍ୟବସ୍ଥା ର ଶୁଭ ଉଦ୍ଘାଟନ କରିଛନ୍ତି ମାନ୍ୟବର ମନ୍ତ୍ରୀ ଓଡ଼ିଶା ଅର୍ଥ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ ଓ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହ ଦେଓ l

ଏହି ବ୍ୟବସ୍ଥା ର ସୁପରିଚାଳନା ଫଳରେ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ ହେବା ସହ ଜନସାଧାରଣ ଙ୍କ ଧନ ଜୀବନ ର ସୁରକ୍ଷା କରାଯାଇ ପାରିବ ବୋଲି ଉଦ୍ଘାଟନ ଅବସରରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଛନ୍ତି l ଆଜି ସନ୍ଧ୍ୟାରେ ଉଦଘାଟିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଇଂ ଦାମୋଦର କୈବର୍ତ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ପ୍ରମୁଖ ଙ୍କ ସହ ସହର ର ବହୁ ମାନ୍ୟଗଣ୍ୟ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସୋନପୁର ପୌରପାଳିକା ର ଜନପ୍ରତିନିଧି ତଥା ବିଭିନ୍ନ ବିଭାଗ ର ସମ୍ପୃକ୍ତ ଅଧିକାରୀ, କର୍ମଚାରୀ ପ୍ରଭୁତି ଉପସ୍ଥିତ ରହିଥିଲେ l