Friday, March 29, 2024

Top 5 This Week

Related Posts

ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୮) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଜିଲ୍ଲା ର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରରେ ଦଶମ ପାସ ଛାତ୍ର ଛାତ୍ରୀ ଙ୍କ ନାମ ଲେଖା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 08 13 at 7.40.22 PM 1 ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ

ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନସ୍ଥ ସରକାରୀ ପଲିଟେକନିକ ସୋନପୁର ଦ୍ୱାରା ଅଦ୍ୟ ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ l ଅଂଶ ଗ୍ରହଣକାରୀ ମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଡିପ୍ଲୋମା ଆଡ଼ମିସନ ପ୍ରୋଗ୍ରାମ (୨୦୨୨-୨୩) ଏବଂ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାରେ ଉପଲବ୍ଧ ସୁବିଧା ସୁଯୋଗ ବିଷୟରେ ଅବଗତ କରାଯାଇଥିଲା l

ଏଥି ସହିତ ହାଇସ୍କୁଲ ଛାତ୍ର ଛାତ୍ରୀ ଓ ଅଭିଭାଵକ ମାନଙ୍କ ସୂଚନା ପାଇଁ ସୋନପୁର ସହର ର ବଡ଼ଝିଙ୍କି ସ୍ଥିତ ଏକ ମାତ୍ର ସରକାରୀ ପଲିଟେକନିକ ଶିକ୍ଷା ଅନୁଷ୍ଠାନ ବିଷୟରେ ତଥ୍ୟ ପ୍ରଦାନ କରାଯାଇଥିଲା l ଅନୁଷ୍ଠାନ ର ଅଧ୍ୟକ୍ଷ ଗୌର ହରି ସାହୁ ଏବଂ ସିଭିଲ ଇଞ୍ଜିନିଅରିଙ୍ଗ ବିଭାଗ ର ମୁଖ୍ୟ ପଦ୍ମ ଲୋଚନ ବେହେରା, ପି ପି ଟି ମାଧ୍ୟମରେ ଏହି ଶିକ୍ଷା କ୍ଷେତ୍ର ର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ l

Popular Articles