ଭାରତା ପୁର ଗ୍ରାମ ରାସ୍ତା ର ଅବସ୍ଥା ଶୋଚନୀୟ : କାଦୁଅ ପଙ୍କରେ ଭର୍ତ୍ତି

0
115
ଭାରତା ପୁର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩/୦୮) : ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାର ଙ୍କ ମୁଖ୍ୟ ଯୋଜନା ରୁ ବଞ୍ଚିତ ଅଭିଶପ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାମ୍ପୋଚ ପଞ୍ଚାୟତ ଭାରତା ପୁର ଗ୍ରାମ ।WhatsApp Image 2022 08 13 at 8.32.17 PM ଭାରତା ପୁର ଗ୍ରାମ ରାସ୍ତା ର ଅବସ୍ଥା ଶୋଚନୀୟ : କାଦୁଅ ପଙ୍କରେ ଭର୍ତ୍ତି

ଏହି ଗ୍ରାମରେ ୨୦୦ ଟି ପରିବାର ବସବାସ କରୁଥିବା ବେଳେ ନିତିଦିନିଆ ଯିବା ଆସିବା ପାଇଁ ଗୋଟାଏ ମାତ୍ର ରାସ୍ତା । ଏହି ରାସ୍ତା ଟି ଦୀର୍ଘ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭାରତା ପୁର ଗାଁ କୁ ଲମ୍ବି ରହିଛି କାଦୁଅ ପଙ୍କରେ । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ପୁରୁଷ ପୁରୁଷ ଧରି ଏହି ରାସ୍ତା ବର୍ଷା ଦିନେ ଏମିତି ପଡିରହେ ।

ବାରମ୍ବାର ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କଲେ ବି ଏହି ମାଟି ରାସ୍ତାରେ କେଉଁ ୪ ଓ ୫ ବର୍ଷରେ ଥରେ ମୋରମ ମୁଠାଏ ପକାଇ ପ୍ରଶାସନ ଧର୍ମ କୁ ଆଖିଠାର ମାରୁଛି । ସତରେ କ’ଣ ଏହି ଗାଁ ଲୋକ ଏମିତି ଜୀବନ ରକେବେବି ସ୍ଥାୟୀ ରାସ୍ତାଟିରେ ଯିବା ଆସିବ କରିବା ପାଇଁ ଅଭିଶପ୍ତ ହୋଇଯିବେ କି ? ସାଧାରଣ ଲୋକ ଙ୍କ ଛାଡ ସ୍କୁଲ ଛୁଆ, ପାଠ ପଢା ଓ ରୋଗୀ, ଗର୍ଭବତୀ ମାଁ ମାନେ ଚିକିତ୍ସା ପାଇଁ ବର୍ଷା ଦିନେ ଦେଢ଼ କିଲୋମିଟର ଆଜିକା ଦିନରେ ବି ବୁହା ହେଉଛନ୍ତି ।

ଏହା କ’ଣ ଜୀବନ ? ଏଣୁ ଜିଲ୍ଲା ପ୍ରଶାସନ ଏହି ଘଟଣା କୁ ଆଖି ଆଗରେ ରଖି ଦୀର୍ଘ ବର୍ଷ ବର୍ଷ ଧରି ମାଟି କାଦୁଅରେ ପଡି ରହିଥିବା ରାସ୍ତା କୁ ଏକ ସବୁଦିନିଆ ଯିବା ଆସିବା ପାଇଁ ସ୍ଥାୟୀ ରାସ୍ତା ଯୋଜନାରେ ସାମିଲ କରବା ପାଇଁ ଗ୍ରାମବାସୀ ଙ୍କ ଦାବି ହେଉଛି ।