-5.7 C
Innichen
Thursday, September 29, 2022

କୋରାପୁଟ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୫/୮) : କୋରାପୁଟ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପୁଲିସ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।

କୋରାପୁଟ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା (ସ୍ୱାଧୀନ) ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଶ୍ରୀ ଘଡେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତଥା ସ୍ୱାଧୀନତା ଆନ୍ଦୋଳନ ର ସ୍ମୃତିଚାରଣ କରିଥିଲେ । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ ।

ଶେଷରେ ବୋରିଗୁମ୍ମା ବିଡିଓ ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କ ସହ କୋରାପୁଟ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ତଥା ସରକାରୀ ଅଧିକାରୀ ମାନଙ୍କୁ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ମହା ନିରୀକ୍ଷକ ଶ୍ରୀ ରାଜେଶ ପଣ୍ଡିତ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲକା, ଜିଲ୍ଲାପାଳ ଅବ୍ଦାଲ ଏମ୍. ଅଖତାର, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ରାମଚନ୍ଦ୍ର ପ୍ରଧାନ ଓ ରାଜେନ୍ଦ୍ର ମାଝୀ, ବୋରିଗୁମ୍ମା ସହାୟକ ଯନ୍ତ୍ରୀ ଶ୍ରୀ ସତ୍ୟନାରାୟଣ ସେଠୀଙ୍କ ସମେତ ସମସ୍ତ ନିମନ୍ତ୍ରିତ ଲୋକ ପ୍ରତିନିଧି ଓ ସାମ୍ବାଦିକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ମନ୍ତ୍ରୀ ଏକ ରକ୍ତଦାନ ଶିବିର ଉଦଘାଟନ କରିବା ସହ ସ୍ଥାନୀୟ ମଣ୍ଡଳ କାରାଗାରରେ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ ।

Related Articles

Stay Connected

0FansLike
3,505FollowersFollow
20,100SubscribersSubscribe
- Advertisement -spot_img

Latest Articles