ଆଜି ଆସ୍ଥା ଭୋଟ୍‌ ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

0
113
ଆଜି ଆସ୍ଥା ଭୋଟ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଞ୍ଚି, (୦୫/୦୯) : ଝାଡ଼ଖଣ୍ଡ ରାଜନୀତିରେ ହଟଚମଟ ଭିତରେ ଆଜି ଆସ୍ଥା ଭୋଟ୍‌ ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏ ନେଇ ସେ ବିଧାନସଭା ର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ।

ଆଜି ଆସ୍ଥା ଭୋଟ୍‌ ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତେଣୁ ଅଧିବେଶନରେ ସେ ବିଶ୍ୱାସ ପ୍ରସ୍ତାବ ଆଣିବେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତକାଲି ୟୁପିଏ ମେଣ୍ଟ ର ସମସ୍ତ ବିଧାୟକଙ୍କୁ ଛତିଶଗଡ଼ ରାୟପୁର ରୁ ଝାଡଖଣ୍ଡ ଫେରିଛନ୍ତି । ସେହିପରି ବିଧାୟକ ମାନଙ୍କ ସହ ରାଞ୍ଚି ସର୍କିଟ ହାଉସରେ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି ହେମନ୍ତ ସୋରେନ । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସୋରେନଙ୍କ ପକ୍ଷରେ ୪୯ ବିଧାୟକ ଅଛନ୍ତି ସେ ମଧ୍ୟରେ ଜେଏମଏମ ର ୩୦, କଂଗ୍ରେସ ର ୧୮ ଓ ଆରଜେଡି ର ଜଣେ ବିଧାୟକ ଅଛନ୍ତି ।

ତେବେ ମୁଖ୍ୟ ବିରୋଧ ବିଜେପି ପାଖରେ ୨୬ ବିଧାୟକ ଅଛନ୍ତି । ତେବେ ହେମନ୍ତ ସରକାର ଭାଙ୍ଗିବାକୁ ବିରୋଧୀ ଘୋଡ଼ାବେପାର କରିବା ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ନିର୍ବାଚନ କମିଶନ ହେମନ୍ତ ସୋରେନଙ୍କ ବିରୋଧରେ ଅଫିସ ଅଫ ପ୍ରଫିଟ ମାମଲା ର ତଦନ୍ତ କରି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ଲାଗି ସୁପାରିଶ କରିଛନ୍ତି ।

ତେବେ ମାମଲାରେ ରାଜ୍ୟପାଳ ରମେଶ ବ୍ୟାସ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ନେଇପାରି ନାହାଁନ୍ତି । ଏବେବି ତାଙ୍କ ବିଧାନସଭା ସଦସ୍ୟତା ପଦକୁ ନେଇ ରହସ୍ୟ ଲାଗି ରହିଛି । ରାଜ୍ୟପାଳ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିବାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ଦୋଛକିରେ ରହିଛି । ଅନ୍ୟପଟେ ବିରୋଧୀ ମଧ୍ୟ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି ।