୬୪୦ ବୋତଲ ବେଆଇନ କଫସିରଫ ଜବତ କଲା ମନମୁଣ୍ଡା ପୋଲିସ

0
215
୬୪୦ ବୋତଲ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୧/୦୯) : ୬୪୦ ବୋତଲ ବେଆଇନ କଫସିରଫ ଜବତ କଲା ମନମୁଣ୍ଡା ପୋଲିସ । ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା NH -57 ତେଳନଦୀ ପାର୍ଶ୍ଵ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ ଡିଜାର କାର (OR 02. BC 3463) ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି କୁ ପିଛା କରି ଅଟକାଇ ଥିଲା ।WhatsApp Image 2022 09 11 at 7.20.38 PM ୬୪୦ ବୋତଲ ବେଆଇନ କଫସିରଫ ଜବତ କଲା ମନମୁଣ୍ଡା ପୋଲିସ

ଗାଡିଟିକୁ ତନଖି କରିବାରୁ ୬୪୦ ବୋତଲ କଫସିରଫ ଓ ଟେବ୍ଲେଟ ଥିଲା । ପୋଲିସ କଫସିରଫ ର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡା ର ଜଗବନ୍ଧୁ ମେହେର (୩୩) ଦେଇପାରି ନ ଥିଲେ । ତେବେ କଫସିରଫ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮/୨୨ Act ୨୭୩,୨୭୪,୨୭୫ ରେ ମାମଲା ରୁଜ୍ଜୁ କରି କଫସିରଫ, ଗାଡି କୁ ଜବତ କରିବା ସମେତ ଜଗବନ୍ଧୁ ମେହେର ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।