-5.7 C
Innichen
Friday, December 2, 2022

ଜି. ଆଇ. ଇ .ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପାଠଚକ୍ର ଉଦଘାଟିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୦୯) : ଆଜି ସ୍ଥାନୀୟ ଜି. ଆଇ. ଇ .ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ବେସିକ ସାଇନ୍ସ ଆଣ୍ଡ ହୁମାନିଟସ ବିଭାଗ ପକ୍ଷରୁ ”କନଫ୍ଲୁଏନ୍ସ ଅଫ ସାଇନ୍ସ ଆଣ୍ଡ ଇଂଜିନିୟରିଂ ଏକ୍ସପ୍ଲୋରିଂ ଫ୍ରାଂଟିଏର୍ସ -୨୦୨୨” ବିଷୟରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପାଠଚକ୍ର ଉଦଘାଟିତ ହୋଇଯାଇଛି ।

ଭାରତ ସରକାରଙ୍କ ଅଧୀନରେ ଥିବା ସାଇନ୍ସ ଆଣ୍ଡ ଇଂଜିନିୟରିଂ ରିସର୍ଚ୍ଚ ବୋର୍ଡ଼ ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ଦ୍ୱାରା ଜି. ଆଇ. ଇ .ଟି ବିଶ୍ୱବିଦ୍ୟାଳୟ ରେ ପ୍ରୟୋଜିତ ଉଦ୍ଘାଟନୀ ପାଠ୍ୟଚକ୍ରରେ ମୁଖ୍ୟ ଅତିଥି ଭାବେ ଆଇ ଆଇ ଟି, ମାଡ୍ରାସ ରସାୟନ ବିଜ୍ଞାନ ର ପ୍ରଫେସର ଅଶୋକ କୁମାର ମିଶ୍ର ଯୋଗଦେଇ ଆଧୁନିକ ଗବେଷଣାରେ କ୍ୱାଣ୍ଟମ ଯାନ୍ତ୍ରିକ ବିଜ୍ଞାନ ଏବଂ ଇଂଜିନିୟରିଂ କ୍ଷେତ୍ରରେ ବିଜ୍ଞାନ ର ପ୍ରୟୋଗ ବିଷୟରେ ଆଲୋକପାତ କରିଥିଲେ ।

ବିଶ୍ଵବିଦ୍ୟାଳୟ ର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ଼ଃ ଏ. ବି.ଶ୍ରୀନିବାସ ରାଓ, ଡ଼ିନ ଏକାଡେମୀକସ ଡ଼ଃ ଏ ଭି ଏନ ଏଲ ଶର୍ମା ଏବଂ ସ୍କୁଲ ଅଫ ସାଇନ୍ସ ର ଡିନ ଡ଼ଃ ତାରିଣୀ ଚରଣ ବେହେରା ଯୋଗ ଦେଇ ପ୍ରଯୁକ୍ତି ବିଜ୍ଞାନ ର ଆଧୁନିକ ଗବେଷଣା ସମ୍ପର୍କରେ ନିଜ ନିଜ ମତ ରଖିଥିଲେ । ବେସିକ ସାଇନ୍ସ ର ବିଭାଗୀୟ ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପାଠ୍ୟଚକ୍ର ର ଆବାହକ ଡ଼ଃ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପାଠ୍ୟଚକ୍ରରେ ଅନୁଷ୍ଠାନ ର ବିଭିନ୍ନ ବିଭାଗର ମୁଖ୍ୟ, ଡ଼ିନ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ପାଠ୍ୟଚକ୍ରକୁ ଅଧ୍ୟାପିକା ବର୍ଷା ଦାସ ମଞ୍ଚ ପରିଚାଳନା କରିଥିଲେ ।

ଏହି ପାଠ୍ୟଚକ୍ରରେ କାଲିଫୋର୍ଣ୍ଣିଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଡ଼ଃ କୁରୱାର୍ଡ କର, ଆମେରିକା ସ୍ଥିତ କ୍ଲେମସୋନ ବିଶ୍ୱବିଦ୍ୟାଳୟ ର ଡ଼ଃ ଦିଲ୍ଲୀପ କୁମାର ପଣ୍ଡା, ଇସ୍ରାଇଲର ଡ଼ଃ ସୁମନ୍ତ ସାହୁ, କୋରିଆର ସୁଙ୍ଗକ୍ୟୁନକ୍ୱାନ ବିଶ୍ୱବିଦ୍ୟାଳୟ ର ଡ଼ଃ ଏଲ ସତୀଶ ଆଚାର୍ଯ୍ୟ, ଡ଼ଃ ରାକିସ ପରିଡା, ରାଉରକେଲା ସ୍ଥିତ ଏନ ଆଇ ଟି ର ଡ଼ଃ ହରେକୃଷ୍ଣ ସାହୁ, ଡ଼ଃ ମୋନାଲିସା ସାହୁ, ଡ଼ଃ ଗୋକରଣସ୍ୱର ସାହୁ, ମୁମ୍ବାଇ ସ୍ଥିତ ବାର୍କ ଅନୁଷ୍ଠାନର ବୈଜ୍ଞାନିକ ଡ଼ଃ ସୁନୀଲ କୁମାର ସାହୁ, ଭୁବନେଶ୍ୱର ସ୍ଥିତ ଆଇ ଆଇ ଟି ର ଡ଼ଃ ଶୁଭଙ୍କର ପତି, ଭୁବନେଶ୍ୱର ସ୍ଥିତ ଆଇ ଏମ ଏମ ଟି ର ବୈଜ୍ଞାନିକ ବାଙ୍କୀମ ଚନ୍ଦ୍ର ତ୍ରିପାଠୀ, କିଟ ବିଶ୍ୱବିଦ୍ୟାଳୟର ଡ଼ଃ ରୋଜାଲିନ ସାହୁ, ଡ଼ଃ ସୁଦେନସା ରାୟ ପ୍ରମୁଖ ବିଜ୍ଞାନ ଓ ବୈଷୟିକ ସମ୍ୱନ୍ଧୀୟ ଆଧୁନିକ ଗବେଷଣା ବିଷୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles