ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଲା ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0
290

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୧୧/୦୮) : ୫୭ ନଂ ଜାତୀୟରାଜପଥ ଆଣେନି ଗଡ଼ ନିକଟରେ ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ଜଣା ପଡିଛି | ସୂଚନାନୁଯାଇ ସୋନପୁର ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘମାରି ଗ୍ରାମର କର୍ପୁର ମଞ୍ଜରୀ ସୁନା କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର କିମ୍ସ ଡାକ୍ତରଖାନାରେ ଚିକିତ୍ସା ଧୀନ ଥିଲେ |

ଗତକାଲି ଅପରାହ୍ନ ପ୍ରାୟ ୪.୩୦ ମିନିଟ ରେ ତାଙ୍କର ମୃତ୍ୟୁ ହୋଇଥିଲା | OD 02BS 8575ନଂ ଥିବା ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ ଦେହ ଘରକୁ ଅଣାଯାଉଥିଲା | ଆଜି ଭୋର ୪ ଟା ସମୟରେ ଏହି ଆମ୍ବୁଲାନ୍ସ ଟି ୫୭ ନଂ ଜାତୀୟରାଜପଥ ଅlଡ଼େନି ଗଡ଼ ଠାରେ ଭାରସାମ୍ୟ ହରାଇ ଏକ ଦୋକାନରେ ଧକ୍କା ଦେଇଥିଲା | ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇନଥିବାବେଳେ ଗାଡିର ସମ୍ମୁଖ ଭାଗ ଭାଙ୍ଗିଯାଇଛି |

ପରେ ଅନ୍ୟ ଏକ ଘରୋଇ ଆମ୍ବୁଲାନ୍ସ ରେ ଏହି ମୃତ ଦେହ ସ୍ଥାନାନ୍ତରିତ କରାଯାଇଥିବାର ଜଣା ପଡୁଛି | ଘଟଣା ସ୍ଥଳରେ ଅଡ଼େନି ଗଡ଼ ଫାଣ୍ଡି ଅଧିକାରୀସନ୍ତୋଷ ମଲ୍ଲିକ ପହଞ୍ଚି ତଦନ୍ତ ଚଳାଇଥିବାର ସୂଚନା ମିଳିଛି |