ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଶେଷ ଦର୍ଶନ କଲେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା

0
135
ବିଧାୟକ ବିଜୟ

ରିପୋର୍ଟର: ସୁଶାନ୍ତ କୁମାର ବେହେରା
କଣ୍ଟାମାଳ, (୦୪/୧୦) : ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଆଉ ନାହାଁନ୍ତି । ତାଙ୍କ ଗତ ରବିବାର ରାତିରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥା ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ (୬୪) ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦୀନ ଧରି ଅସୁସ୍ଥ ଥିଲେ । ବିଧାୟକ ଶ୍ରୀ ବରିହା ପଦ୍ମପୁର ୫ ଥର ବିଜୟ ଲାଭ କରି ବିଧାୟକ ହୋଇଥିଲେ । ସେ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ କ୍ୟାବିନେଟ ଭାବେ ରହିଥିବା ବେଳେ ବରଗଡ଼ ଜିଲ୍ଲା ର ବିଜେଡି ଜିଲ୍ଲା ସଭାପତି ଭାବେରେ ରହି ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରୁଥିଲେ ।

ଆଜି ଭୁବନେଶ୍ୱର ଠାରୁ ତାଙ୍କ ମର ଶରୀରକୁ ତାଙ୍କ ବାସଭବନ କୁ ନିଆଯାଉଥିବା ବେଳେ NH ୫୭ ମନମୁଣ୍ଡା ଗାନ୍ଧୀ ଛକ ଠାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ପ୍ରକାଶ ମେହେର, ଯାନି ସେନାପତି ଓ ଅନେକ ବିଜେଡି କର୍ମୀ ଉପସ୍ଥିତ ରହି ବରିହାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଃଖ ପ୍ରକାଶ କରିଥିଲେ । ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ଟାଣୁଆ ନେତା ତଥା ବିଜୟ ବାବୁ ନାମରେ ବେଶ୍ ପରିଚିତ ଥିଲେ । ତାଙ୍କର ପରଲୋକ ପ୍ରଚାରିତ ହେବା ପରେ ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କୁ ଝୁରୁଛି ସାରା ଓଡ଼ିଶା ।