ପରିବାର ଲୋକଙ୍କୁ ବନ୍ଦୀ କରି ଘରେ କଳାକନା ବୁଲାଇଦେଲେ ଲୁଟେରା

0
239
ପରିବାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୦୭/୧୦) : ଗୋଟିଏ ଘରେ ପରିବାର ଲୋକଙ୍କୁ ବନ୍ଦୀ କରି କଳାକନା ବୁଲାଦେଲେ ଦୁର୍ବୃତ୍ତ । ଜଣେ ବ୍ୟବସାସୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାଦନପଡ଼ାରେ ।

ଗତକାଲି ରାତିରେ ବ୍ୟବସାୟୀ ବିନୟ କୁମାର ସାହୁ ଘରେ ନ ଥିଲେ । ହେଲେ ତାଙ୍କ ପରିବାର ଲୋକେ ଘରେ ଥିଲେ । ୬ ଜଣ ଦୁର୍ବୁତ୍ତ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ । ପରେ ସେମାନଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ । ପରେ ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଟଙ୍କା ଓ ସୁନା, ରୁପା ଗହଣା ଲୁଟି ନେଇଥିଲେ । ପରଜଙ୍ଗ ଥାନାରେ ଏନେଇ ଅଭିଯୋଗ ହେବାପରେ ପରେ଼ ସାଇଣ୍ଟିଫିକ୍ ଟିମ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଏହି ଲୁଟ୍‌ ପଛରେ ଏକ ବଡ଼ ଚୋର ଗ୍ୟାଙ୍ଗ ସାମିଲ ଥିବା ସୂଚନା ମିଳିଛି ।