ମକୁନ୍ଦପୁର ଗ୍ରାମ ର ସ୍ୱାସ୍ଥ୍ୟ କେନ୍ଦ୍ର ରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା ?

0
105
ମକୁନ୍ଦପୁର ଗ୍ରାମ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୧୦) : ବୌଦ୍ଧ ଜିଲ୍ଲାର ପଦ୍ମନପୁର ଗ୍ରାମ ପଞ୍ଚାୟତର ମକୁନ୍ଦପୁର ଗ୍ରାମ ଠାରେ ନୂତନ କରି ଦୀର୍ଘ ଦେଢ଼ ବର୍ଷ ତଳେ ଗଢ଼ା ହୋଇଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଟି ଏବେ ଭୁତ କଠୋରି ପାଲିଟିଛି l

ମକୁନ୍ଦପୁର ଗ୍ରାମ ର ସ୍ୱାସ୍ଥ୍ୟ କେନ୍ଦ୍ର ରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା ? ଲୋକଙ୍କ ସେବା ପାଇଁ ତିଆରି ହୋଇଥିବା ଗୃହ ଟି ନା କାର୍ଯ୍ୟରତ ଅଛି ନା କୌଣସି ସ୍ୱାସ୍ଥ୍ୟକର୍ମୀ ଏ ଠାରେ ଦେଖା ଯାଉଛନ୍ତି l ତା’ଛଡା ଏହା ଏକ ମନୋରଞ୍ଜନ ଘର ପାଲିଟିଛି, ଏହା ପରିସରରେ ପିଲାମାନେ ତାସ ଖେଳିବା ସହିତ ଅନୈତିକର କାର୍ଯ୍ୟ ରେ ପରିବେଶ ବିଶୃଙ୍ଖଳିତ ହୋଇପଡିଛି l ସତେ ଯେମିତି ଲାଗୁଛି ଏହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ନୁହଁ ମନୋରଞ୍ଜନ ପାଇଁ କ୍ଲବ ଘର l ବୌଦ୍ଧ ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୃଷ୍ଟି ଗୋଚର କରି ଲୋକଙ୍କ ହିତ ପାଇଁ ହୋଇଥିବା ସ୍ଵାସ୍ଥ୍ୟ କେନ୍ଦ୍ର ଟି ଯଥାଶୀଘ୍ର କାର୍ଯ୍ୟରତ କରାଯାଉ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି l